20.1 C
Bhubaneswar
Wednesday, January 14, 2026
Homeଖେଳଭାରତ ଆସିବାକୁ ମନା କଲେ ନଦୀମ୍

ଭାରତ ଆସିବାକୁ ମନା କଲେ ନଦୀମ୍

ନୂଆଦିଲ୍ଲୀ: ପାକିସ୍ତାନର ଅଲିମ୍ପିକ୍ ଚାମ୍ପିଅନ୍ ଅର୍ଶଦ ନଦୀମ୍ ଭାରତ ଆସିବାକୁ ମନା କରିଦେଇଛନ୍ତି। ବେଙ୍ଗାଲୁରୁରେ ହେବାକୁ ଥିବା ଏନସି କ୍ଲାସିକ୍ ଜାଭେଲିନ୍ ଥ୍ରୋ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ତାଙ୍କୁ ସୋମବାର ନିମନ୍ତ୍ରଣ କରିଥିଲେ। ମୁଁ ମୋ କୋଚ୍‌ଙ୍କଠାରୁ ବୁଝିକି ଜଣାଇବି ବୋଲି କହିଥିଲେ ନଦୀମ୍। ଏବେ ସେ ଆସିପାରିବେ ନାହିଁ ବୋଲି ଜଣାଇଛନ୍ତି। ମଙ୍ଗଳବାର ପହଲଗାମ୍‌ରେ ହୋଇଥିବା ଆକ୍ରମଣ ଏହାର କାରଣ ବୋଲି କୁହାଯାଉଥିବା ବେଳେ ନଦୀମ୍ ଭିନ୍ନ କାରଣ ଜଣାଇଛନ୍ତି। ନଦୀମ କହିଛନ୍ତି, “ଏନସି କ୍ଲାସିକ୍ ପ୍ରତିଯୋଗିତା ମେ’ ୨୪ରେ ହେବାକୁ ଯାଉଛି ଏବଂ ମୁଁ ମେ ୨୨ରେ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ ପାଇଁ କୋରିଆ ଯିବି। ମୁଁ ୨୭ ରୁ ୩୧ ମେ’ ପର୍ଯ୍ୟନ୍ତ କୋରିଆରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଚାମ୍ପିଅନସିପ ପାଇଁ ବହୁତ କଠିନ ପରିଶ୍ରମ କରୁଛି। ତେଣୁ ମୋ ପାଇଁ ଭାରତ ଯିବା ଅସମ୍ଭବ।”

ସୋମବାର ଗଣମାଧ୍ୟମ ସହିତ ଏକ ଭର୍ଚୁଆଲ୍ ଆଲୋଚନାରେ ନୀରଜ ଚୋପ୍ରା କହିଥିଲେ, “ମୁଁ ଅର୍ଶଦଙ୍କୁ ନିମନ୍ତ୍ରଣ ପଠାଇଛି ଏବଂ ସେ କହିଛନ୍ତି ଯେ, ସେ ତାଙ୍କ ପ୍ରଶିକ୍ଷକଙ୍କ ସହ କଥା ହେବା ପରେ ଉତ୍ତର ଦେବେ। ଏପର୍ଯ୍ୟନ୍ତ ସେ ତାଙ୍କର ଜବାବ ଦେଇନାହାନ୍ତି।” ନଦୀମ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଅଂଶଗ୍ରହଣ କରି ୯୨. ୯୭ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ନୀରଜ ଚୋପ୍ରା ୮୯. ୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking