14.1 C
Bhubaneswar
Saturday, December 6, 2025
Homeଓଡିଶାବାଣ ବିସ୍ଫୋରଣ: ୬ ମୃତ,୮ ଗୁରୁତର

ବାଣ ବିସ୍ଫୋରଣ: ୬ ମୃତ,୮ ଗୁରୁତର

ଆନ୍ଧ୍ରପ୍ରଦେଶ: ବାଣ ବିସ୍ଫୋରଣରେ ୬ ମୃତ,୮ ଗୁରୁତର। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସବୁକିଛି ଜଳି ପୋଡି ଯାଇଥିଲା। ଖବର ପାଇ ସାଙ୍ଗେ ସାଙ୍ଗେ ନିଆଁକୁ ଆୟତ୍ତ କରିବା ପାଇଁ   ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ କରାଯାଇଥିଲ।। ଏବଂ ଗୁରୁତର ମାନଙ୍କୁ  ନିକଟସ୍ଥ ମେଡିକାଲରେ ଭର୍ତ୍ତି  କରିଥିଲେ ଉଦ୍ଧାର ବାହିନୀ ଦଳ ।  ସୂଚନାରୁ ଜଣାପଡିଛି ଯେ, ବାଣ କାରଖାନାରେ  ପ୍ରାୟ ୧୫ ଜଣ ଶ୍ରମିକ ଥିଲେ । ନିଆଁ ଚାରିଆଡେ ବିସ୍ତାର କରି ଦେଇଥିଲା । ଫଳରେ କିଛି ଶ୍ରମିକ ଭିତରେ ଫସିଯାଇଥିଲେ । ବାହାରକୁ ବାହାରିବା ଅସମ୍ଭବ ହୋଇପଡିଥିଲା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ରୁଜୁ କରି  ନିଆଁ କିପରି ଲାଗିଲା ତାହାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡିଆରେ ଟ୍ୱିଟ କରି କହିଛନ୍ତି, ଏହି ଘଟଣାରେ ମୁଁ ମଧ୍ୟ ଦୁଃଖିତ । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି ବରିଷ୍ଠ ଅଧିକାରୀଙ୍କୁ  ଘଟଣାସ୍ଥଳକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking