ଭୁବନେଶ୍ୱର: ଦିଲ୍ଲୀ ସ୍ଥିତ ଓଡିଶା ନିବାସରେ ଖୋଲିଲେ କଣ୍ଟ୍ରୋଲ ରୁମ୍ । ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧ରେ ଯୋଗାଯୋଗ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଟିମର ବ୍ୟବସ୍ଥା ରହିଛି। ୫ଟି ଚିମ୍ କରି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କାଲି ପାକିସ୍ତାନର ଡ୍ରୋନ ମାଡ ପରେ ବିଶ୍ୱବିଦ୍ୟାଳୟ ଖାଲି କରିବାର ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟପଟେ ରାଜ୍ୟବାସୀଙ୍କୁ ଭୟଭୀତ ନହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶା ପ୍ରତି ସେପରି କିଛି ବିପଦ ନଥିବା କହିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ଗୁଡିକରେ ସୁରକ୍ଷା ବଢାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର ଓ ଚିଲିକା ଆଇଏନଏସରେ ସୁରକ୍ଷା ବଢାଯାଇଛି । ବଙ୍ଗୋପସାଗର ପଟୁ ଆକ୍ରମଣ ଆଶଙ୍କା ରହିଛି, ଆମେ ସଜାଗ ଅଛୁ । ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିବେ । ଓଡିଶାର ପ୍ରସ୍ତୁତି ନେଇ ହୋଇପାରେ ବଡ ଆଲେଚନା ।