18.1 C
Bhubaneswar
Thursday, February 12, 2026
Homeଓଡିଶାଜମ୍ମୁରୁ ଓଡିଆ ଛାତ୍ରଙ୍କୁ ଫେରାଇବାକୁ ବ୍ୟବସ୍ଥା

ଜମ୍ମୁରୁ ଓଡିଆ ଛାତ୍ରଙ୍କୁ ଫେରାଇବାକୁ ବ୍ୟବସ୍ଥା

ଭୁବନେଶ୍ୱର: ଦିଲ୍ଲୀ ସ୍ଥିତ ଓଡିଶା ନିବାସରେ ଖୋଲିଲେ କଣ୍ଟ୍ରୋଲ ରୁମ୍ । ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧ରେ ଯୋଗାଯୋଗ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଟିମର ବ୍ୟବସ୍ଥା ରହିଛି। ୫ଟି ଚିମ୍ କରି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କାଲି ପାକିସ୍ତାନର ଡ୍ରୋନ ମାଡ ପରେ ବିଶ୍ୱବିଦ୍ୟାଳୟ ଖାଲି କରିବାର ନିର୍ଦ୍ଦେଶ ଦିଆଯାଇଥିଲାଅନ୍ୟପଟେ ରାଜ୍ୟବାସୀଙ୍କୁ ଭୟଭୀତ ନହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶା ପ୍ରତି ସେପରି କିଛି ବିପଦ ନଥିବା କହିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ଗୁଡିକରେ ସୁରକ୍ଷା ବଢାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର ଓ ଚିଲିକା ଆଇଏନଏସରେ ସୁରକ୍ଷା ବଢାଯାଇଛି । ବଙ୍ଗୋପସାଗର ପଟୁ ଆକ୍ରମଣ ଆଶଙ୍କା ରହିଛି, ଆମେ ସଜାଗ ଅଛୁ । ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିବେ । ଓଡିଶାର ପ୍ରସ୍ତୁତି ନେଇ ହୋଇପାରେ ବଡ ଆଲେଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking