16.1 C
Bhubaneswar
Wednesday, January 14, 2026
Homeଓଡିଶାଆର୍‌ଆଇ, ଏଆର୍‌ଆଇ ପରୀକ୍ଷା: ସମସ୍ତେ ପ୍ରିଲିମ୍ ପାସ୍‌

ଆର୍‌ଆଇ, ଏଆର୍‌ଆଇ ପରୀକ୍ଷା: ସମସ୍ତେ ପ୍ରିଲିମ୍ ପାସ୍‌

ଭୁବନେଶ୍ୱର: ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍ ସୁପର୍ ଭାଇଜର୍‌, ଅମିନ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ପ୍ରିଲିମ୍ ପାସ୍ କରିଛନ୍ତି। ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। କେବଳ ପ୍ରିଲିମ୍‌ରେ କପିକରି ଧରାପଡ଼ିଥିବା ୯ ଜଣ ମେନ୍ ଦେଇ ପାରିବେନି। ଅନ୍ୟ ସମସ୍ତ ଆଶାୟୀ ମେନ୍ ପରୀକ୍ଷା ଦେଇପାରିବେ। କେବେ ମୁଖ୍ୟ ପରୀକ୍ଷା ହେବ ତାହା ପରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ସୂଚନା ଦିଆଯିବ। ସୂଚନାଯୋଗ୍ୟ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରିଲିମ୍ ପରୀକ୍ଷା ହୋଇଥିଲା। ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍ ସୁପର୍ ଭାଇଜର୍‌, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ରାଜ୍ୟର କିଛି ଛାତ୍ର ସଙ୍ଗଠନ ଏହାକୁ ବିରୋଧ କରିବା ସହ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଥିଲେ। ତେବେ ମୁଖ୍ୟ ପରୀକ୍ଷା ଲାଗି ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking