17.1 C
Bhubaneswar
Monday, February 2, 2026
Homeଓଡିଶାଭୁବନେଶ୍ୱରସକାଳୁ ଉଠି ଫୋନ୍‌ ଚଳାଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା..

ସକାଳୁ ଉଠି ଫୋନ୍‌ ଚଳାଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା..

ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁସ୍ଥତା, ଉତ୍ପାଦ କ୍ଷମତା ଓ ନିଦ୍ରାକୁକ୍ଷତି ପହଞ୍ଚାଇଥାଏ ବୋଲି ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶେରାୱତ୍ କହିଛନ୍ତି ।ଆଜିର ଅତ୍ୟାଧୁନିକ ଦୁନିଆରେ ଆମ ମଧ୍ୟରୁ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଫୋନ୍ ସ୍କ୍ରୋଲ୍ ଆରମ୍ଭକରି ରାତିରେ ଶୋଇବା ସହ ହିଁ ଶେଷ କରିଥାନ୍ତି । ଯଦିଓଏହି କ୍ଷତିକାରକ ଅଭ୍ୟାସ ମନୋରଞ୍ଜନ ଧର୍ମୀ ମନେ ହେଉଥାଏ, କିନ୍ତୁ ଚୁପ୍ଚାପ ଭାବେ ଏହା ବ୍ୟକ୍ତିଠାରେ ଉତ୍ପାଦନ କ୍ଷମତା, ମାନସିକ ସ୍ୱାସ୍ଥ୍ୟ ଓ ନିଦ୍ରାର ଚକ୍ରକୁ ନଷ୍ଟକରିଚାଲେ ।ଡାକ୍ତର ପ୍ରିୟଙ୍କା ତାଙ୍କ ଇନଷ୍ଟାରେ ଏହି ଅଭ୍ୟାସ ପଛରେ ଥିବା ବିଜ୍ଞାନକୁ ଦର୍ଶାଇବା ସହ ଏହି ଚକ୍ରକୁ ଭାଙ୍ଗିବାର ସରଳ ଉପାୟ ଜଣାଇଛନ୍ତି ।

ସକାଳର ସ୍କ୍ରିନ୍ ଚାଳନା ଦିନକୁ ପ୍ରଭାବିତ କରେ
ଯଦି ସକାଳେ ଉଠି ତୁରନ୍ତ ମୋବାଇଲ୍ ଦେଖିବା ଆରମ୍ଭ କରୁଥାନ୍ତି, ତେବେ ଅନେକ ଅନାବଶ୍ୟକ ଜିନିଷ ଗ୍ରହଣ କରୁଛନ୍ତି । ଫଳରେ ବ୍ୟକ୍ତି ତା’ ଜୀବନର ଦୈନନ୍ଦିନଯୋଜନା, ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନଜୀବନର ଚକ୍ରକୁ ପ୍ରଭାବିତ କରିଥାନ୍ତି । ଫଳରେ ବ୍ୟକ୍ତିଦିନରେ କରିବାକୁ ଥିବା ବିଭିନ୍ନ କାମ ତାଲିକାକୁ ଗୁରୁତ୍ୱଦେଇପାରି ନଥାନ୍ତି ବୋଲି ଡାକ୍ତର ପ୍ରିୟଙ୍କା କହିଛନ୍ତି ।

କେମିତି ଭାଙ୍ଗିବେ ଏହି ଚକ୍ର
ଡାକ୍ତରଙ୍କ ଅନୁସାରେ,ଏହି ଅଭ୍ୟାସ ସମଗ୍ର ସୁସ୍ଥତାକୁ ପ୍ରଭାବିତ କରିଥାଏ। ଏହି ସମୟରେ ଚିନ୍ତା ବଢିବାସହ ମୁଣ୍ଡବିନ୍ଧା ମଧ୍ୟ ବଢିଥାଏ । ଡାକ୍ତରଙ୍କ ମତରେ ଏହି ଚକ୍ରକୁ ଭାଙ୍ଗିବା ପାଇଁ ଏକ ସଂରଚିତ ରୁଟିନ୍ ସୃଷ୍ଟି କରିବା ଦରକାର । ଏହି ରୁଟିନରେ ସକାଳ ସ୍କ୍ରିନ୍ ମୁକ୍ତ ହେବାଜରୁରି । ବରଂ ଦିନର ଆଲୋକ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଓ ପରିବାର ସହ ସମୟବିତାନ୍ତୁ । ପରିବାର ସଦସ୍ୟଙ୍କ ଗତିବିଧି ଲକ୍ଷ୍ୟ କରନ୍ତୁ ।ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ। ବିଶେଷକରି ଶୋଇବା ପୂର୍ବରୁ ସ୍କ୍ରିନ୍ଠାରୁ ଦୂରେଇ ରହିବା ଦ୍ୱାରା ନିଦ୍ରାରଗୁଣବତ୍ତା ବଢିବା ଓ ଚାପ ହ୍ରାସ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking