ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁସ୍ଥତା, ଉତ୍ପାଦ କ୍ଷମତା ଓ ନିଦ୍ରାକୁକ୍ଷତି ପହଞ୍ଚାଇଥାଏ ବୋଲି ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶେରାୱତ୍ କହିଛନ୍ତି ।ଆଜିର ଅତ୍ୟାଧୁନିକ ଦୁନିଆରେ ଆମ ମଧ୍ୟରୁ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଫୋନ୍ ସ୍କ୍ରୋଲ୍ ଆରମ୍ଭକରି ରାତିରେ ଶୋଇବା ସହ ହିଁ ଶେଷ କରିଥାନ୍ତି । ଯଦିଓଏହି କ୍ଷତିକାରକ ଅଭ୍ୟାସ ମନୋରଞ୍ଜନ ଧର୍ମୀ ମନେ ହେଉଥାଏ, କିନ୍ତୁ ଚୁପ୍ଚାପ ଭାବେ ଏହା ବ୍ୟକ୍ତିଠାରେ ଉତ୍ପାଦନ କ୍ଷମତା, ମାନସିକ ସ୍ୱାସ୍ଥ୍ୟ ଓ ନିଦ୍ରାର ଚକ୍ରକୁ ନଷ୍ଟକରିଚାଲେ ।ଡାକ୍ତର ପ୍ରିୟଙ୍କା ତାଙ୍କ ଇନଷ୍ଟାରେ ଏହି ଅଭ୍ୟାସ ପଛରେ ଥିବା ବିଜ୍ଞାନକୁ ଦର୍ଶାଇବା ସହ ଏହି ଚକ୍ରକୁ ଭାଙ୍ଗିବାର ସରଳ ଉପାୟ ଜଣାଇଛନ୍ତି ।
ସକାଳର ସ୍କ୍ରିନ୍ ଚାଳନା ଦିନକୁ ପ୍ରଭାବିତ କରେ
ଯଦି ସକାଳେ ଉଠି ତୁରନ୍ତ ମୋବାଇଲ୍ ଦେଖିବା ଆରମ୍ଭ କରୁଥାନ୍ତି, ତେବେ ଅନେକ ଅନାବଶ୍ୟକ ଜିନିଷ ଗ୍ରହଣ କରୁଛନ୍ତି । ଫଳରେ ବ୍ୟକ୍ତି ତା’ ଜୀବନର ଦୈନନ୍ଦିନଯୋଜନା, ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନଜୀବନର ଚକ୍ରକୁ ପ୍ରଭାବିତ କରିଥାନ୍ତି । ଫଳରେ ବ୍ୟକ୍ତିଦିନରେ କରିବାକୁ ଥିବା ବିଭିନ୍ନ କାମ ତାଲିକାକୁ ଗୁରୁତ୍ୱଦେଇପାରି ନଥାନ୍ତି ବୋଲି ଡାକ୍ତର ପ୍ରିୟଙ୍କା କହିଛନ୍ତି ।
କେମିତି ଭାଙ୍ଗିବେ ଏହି ଚକ୍ର
ଡାକ୍ତରଙ୍କ ଅନୁସାରେ,ଏହି ଅଭ୍ୟାସ ସମଗ୍ର ସୁସ୍ଥତାକୁ ପ୍ରଭାବିତ କରିଥାଏ। ଏହି ସମୟରେ ଚିନ୍ତା ବଢିବାସହ ମୁଣ୍ଡବିନ୍ଧା ମଧ୍ୟ ବଢିଥାଏ । ଡାକ୍ତରଙ୍କ ମତରେ ଏହି ଚକ୍ରକୁ ଭାଙ୍ଗିବା ପାଇଁ ଏକ ସଂରଚିତ ରୁଟିନ୍ ସୃଷ୍ଟି କରିବା ଦରକାର । ଏହି ରୁଟିନରେ ସକାଳ ସ୍କ୍ରିନ୍ ମୁକ୍ତ ହେବାଜରୁରି । ବରଂ ଦିନର ଆଲୋକ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଓ ପରିବାର ସହ ସମୟବିତାନ୍ତୁ । ପରିବାର ସଦସ୍ୟଙ୍କ ଗତିବିଧି ଲକ୍ଷ୍ୟ କରନ୍ତୁ ।ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ। ବିଶେଷକରି ଶୋଇବା ପୂର୍ବରୁ ସ୍କ୍ରିନ୍ଠାରୁ ଦୂରେଇ ରହିବା ଦ୍ୱାରା ନିଦ୍ରାରଗୁଣବତ୍ତା ବଢିବା ଓ ଚାପ ହ୍ରାସ କରିପାରିବେ ।










