15.1 C
Bhubaneswar
Thursday, December 18, 2025
Homeଓଡିଶାରାତିରେ ଦେଖୁଛନ୍ତି କି ଭୟାନକ ସ୍ୱପ୍ନ?

ରାତିରେ ଦେଖୁଛନ୍ତି କି ଭୟାନକ ସ୍ୱପ୍ନ?

ଭୁବନେଶ୍ୱର: ବେଳେବେଳେ ଆମେ ରାତିରେ ଶୋଇବା ସମୟରେ ଖରାପ ବା ଭୟାନକ ସ୍ୱପ୍ନ ଦେଖୁ। ଯହା ଆମ ନିଦକୁ ବ୍ୟାଘାତ କରେ। ତେବେ କେବେ ଚିନ୍ତା କରିଛନ୍ତି ଏହି ଭୟାନକ ସ୍ୱପ୍ନ କାହିଁକି ଦେଖୁ ଏବଂ ଏହାକୁ କିପରି ବନ୍ଦ କରାଯାଇପାରିବ? ଖରାପ ସ୍ୱପ୍ନ ଦେଖିବା ସାଧାରଣ ସମସ୍ୟା ହୋଇଥିଲେ ହେଁ, ଜ୍ୟୋତିଷ ଶାସ୍ତ୍ରରେ ଏହାର ସମାଧାନର ଉପାୟ କୁହାଯାଇଛି। ଆସନ୍ତୁ ଜାଣିବା ସେ ବିଷୟରେ…

ସ୍ନାନ କରିବା ପରେ ପରିଷ୍କାର ବିଛଣାରେ ଶୁଅନ୍ତୁ:
ଯଦି ଆପଣ ଖରାପ ସ୍ୱପ୍ନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ପ୍ରତିଦିନ ଗାଧୋଇବା ପରେ ପରିଷ୍କାର ଶଯ୍ୟାରେ ଶୋଇବା ଉଚିତ୍‌। ଏହା ମାନସିକ ଶାନ୍ତି ପ୍ରଦାନ କରିଥାଏ ଏବଂ ଶରୀର ଆରାମ ଅନୁଭବ କରିଥାଏ। ଯାହା ଖରାପ ସ୍ୱପ୍ନର ଆଶଙ୍କା କମ୍‌ କରିଥା।

ଶୋଇବା ପୂର୍ବରୁ ମାନସିକ ଶାନ୍ତି ବଜାୟ ରଖନ୍ତୁ :
ଶୋଇବା ପୂର୍ବରୁ ଆପଣଙ୍କର ଚିନ୍ତା ଏବଂ ଚାପକୁ ଛାଡିଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ କୌଣସି ଭୟାନକ ପୁସ୍ତକ ପଢନ୍ତୁ ନାହିଁ କିମ୍ବା କୌଣସି ଭୟାନକ ଫିଲ୍ମ ଦେଖନ୍ତୁ ନାହିଁ । ଏହି ଜିନିଷଗୁଡ଼ିକ ଆପଣଙ୍କ ମନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଭୟାନକ ସ୍ୱପ୍ନ ସୃଷ୍ଟି କରିପାରେ । ଶୋଇବା ପୂର୍ବରୁ ନିଜ ମନକୁ ଶାନ୍ତ ଏବଂ ସ୍ଥିର ରଖନ୍ତୁ ।

ହନୁମାନ ଚାଳିସା ପାଠ କରନ୍ତୁ :
ଯଦି ଆପଣ ହିନ୍ଦୁ ଧର୍ମରେ ବିଶ୍ୱାସ କରନ୍ତି, ତେବେ ଶୋଇବା ପୂର୍ବରୁ ହନୁମାନ ଚଲିସା ପଢନ୍ତୁ। ହନୁମାନ ଚାଳିସା ପଢିବା ଦ୍ୱାରା ଆପଣଙ୍କ ମନରେ ଶାନ୍ତି ଆଣିଥାଏ ଏବଂ ଆପଣଙ୍କୁ ଖରାପ ସ୍ୱପ୍ନରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଯଦି ଆପଣ କ୍ରମାଗତ ଭାବରେ ଭୟାନକ ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ବିଛଣା ତଳେ ତିନୋଟି ମୟୂର ପୁଚ୍ଛ ରଖନ୍ତୁ। ଏହା କେବଳ ଖରାପ ସ୍ୱପ୍ନକୁ ଦୂର କରେ ନାହିଁ, ବରଂ ଏହା ଆପଣଙ୍କ ମାନସିକ ଚାପକୁ ମଧ୍ୟ ହ୍ରାସ କରିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking