15.1 C
Bhubaneswar
Monday, December 15, 2025
Homeଦେଶ ବିଦେଶକ’ଣ ଆକ୍ରମଣ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଏ ପରମାଣୁ ଅସ୍ତ୍ର

କ’ଣ ଆକ୍ରମଣ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଏ ପରମାଣୁ ଅସ୍ତ୍ର

ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ର, ଯାହାକୁ ଯେକୌଣସି ଦେଶର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଭାବରେ ବିବେଚନା କରାଯାଏ । ଯେତେବେଳେ ଶତ୍ରୁ ଦେଶ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନଥାଏ ଏବଂ ଦୁଇ ଦେଶ ମଧ୍ୟରେ କଥା ବହୁତ ଆଗକୁ ବଢିଯାଇଥାଏ, ସେତେବେଳେ ଦେଶ ରିଟାଲିଏଟ କରି ପରମାଣୁ ଅସ୍ତ୍ରର ପ୍ରୟୋଗ କରେ । ପରମାଣୁ ଆକ୍ରମଣରେ ଶତ୍ରୁ ଦେଶକୁ ଚୁପ୍ କରାଇବାକୁ ଚେଷ୍ଟା କରେ । କିନ୍ତୁ କ’ଣ ଏହି ଅସ୍ତ୍ରର ସବୁ ବେଳେ ସଜେଇ ହୋଇ ରହିଥାଏ, ଯେ କେତେବେଳେ ଯୁଦ୍ଧ ହେବ, ଏହାର ପ୍ରୟୋଗ ହେବ…. ନା ଏଥିପାଇଁ କିଛି ସମୟ ନେଇଥାନ୍ତି ଦେଶ?, ଆସନ୍ତୁ ଜାଣିବା ।ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଲା, ସେତେବେଳେ ରେଡିଏସନ୍ ଲିକ୍ ଉପରେ ବହୁତ ଆଲୋଚନା ହୋଇଥିଲା। କିନ୍ତୁ ବାସ୍ତବରେ ଏପରି କିଛି ହେଲାନାହିଁ । ତେବେ କୌଣସି ଦେଶ ମଧ୍ୟରେ ଯୁଦ୍ଧର ସ୍ଥିତି ଉପୁଜିଲେ, ସବୁ ପ୍ରକାର ଅସ୍ତ୍ରଶସ୍ତ୍ରକୁ ପ୍ରସ୍ତୁତ କରି ରଖିଥାଏ ଦେଶ । କିନ୍ତୁ ପରମାଣୁ ଅସ୍ତ୍ରଗୁଡ଼ିକୁ ସକ୍ରିୟ କରିବାକୁ ସମୟ ଲାଗେ। ଏଗୁଡ଼ିକୁ ହ୍ୟାଣ୍ଡ ଗ୍ରେନେଡ୍ ପରି ରଖାଯାଇ ପାରିବ ନାହିଁ, ଯେ କେବଳ ଏକ ପିନ୍ ବାହାର କରି ଆକ୍ରମଣ କରିଦେବ । ଆକ୍ରମଣ ପାଇଁ ସେମାନଙ୍କୁ ଠିକ୍ ପୂର୍ବରୁ ପ୍ରସ୍ତୁତ କରିବାକୁ ପଡିଥାଏ ।

ବିଶ୍ୱରେ ନଅଟି ପରମାଣୁ ଅସ୍ତ୍ରଶସ୍ତ୍ର ସମୃଦ୍ଧ ଦେଶ ଅଛନ୍ତି। ସେଗୁଡ଼ିକୁ ସକ୍ରିୟ କରିବା ପୂର୍ବରୁ ଅନେକ ପଦକ୍ଷେପ ନେବାକୁ ପଡ଼ିଥାଏ, ଯେପରିକି ଦେଶର ସର୍ବୋଚ୍ଚ ନେତୃତ୍ୱ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେବା। ଏହା ପରେ ଏହି ନିର୍ଦ୍ଦେଶକୁ ସାମରିକ କମାଣ୍ଡ ସେଣ୍ଟରକୁ ପଠାଯାଏ। ଏଥିରେ ଅନେକ ସୁରକ୍ଷା ପ୍ରୋଟୋକଲ୍ ଜଡିତ। ଏହା ପରେ କ୍ଷେପଣାସ୍ତ୍ର ସ୍ଥାପନ, ​​ବୈଷୟିକ ଦିଗ ଦେଖିବା ଏବଂ ଲକ୍ଷ୍ୟ ସ୍ଥିର କରିବା ଭଳି ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି କରାଯାଏ । ଏହା ପରେ ଅସ୍ତ୍ରକୁ ଲଞ୍ଚ କରାଯାଏ ଯାହା ଏକ କ୍ଷେପଣାସ୍ତ୍ର, ଜେଟ୍ ବିମାନ କିମ୍ବା ବୁଡ଼ାଜାହାଜ ମାଧ୍ୟମରେ କରାଯାଏ । ପରମାଣୁ ଆକ୍ରମଣ ନିର୍ଦ୍ଦେଶ ଦେବା ପରେ, କୌଣସି ଦେଶକୁ ଉତକ୍ଷେପଣ ପାଇଁ ଅସ୍ତ୍ର ପ୍ରସ୍ତୁତ କରିବାକୁ ପଡିବ କାରଣ ଏଗୁଡ଼ିକ ନିୟୋଜିତ ହୋଇନଥାଏ । ଏଗୁଡ଼ିକୁ ପ୍ରସ୍ତୁତ କରିବାକୁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗେ । ଏହା ପରେ, କ୍ଷେପଣାସ୍ତ୍ରଗୁଡ଼ିକୁ ସକ୍ରିୟ କରିବା ପାଇଁ ଇନ୍ଧନ ଭର୍ତ୍ତି କରିବା ଭଳି ପ୍ରଣାଳୀ ମଧ୍ୟ ରହିଛଇ । ଏଥିସହିତ କିଛି କ୍ଷେପଣାସ୍ତ୍ର ଉତକ୍ଷେପଣ ପାଇଁ ସମୟ ନେଇଥାଏ, ତେଣୁ ସମୟ ବଢ଼ିପାରେ। ତେବେ ପାକିସ୍ତାନ ପାଖରେ ମଧ୍ୟ ପରମାଣୁ ଅସ୍ତ୍ର ଅଛି, କିନ୍ତୁ ସେଗୁଡ଼ିକ ନିୟୋଜିତ ସ୍ଥିତିରେ ନାହିଁ। କ୍ଷେପଣାସ୍ତ୍ର ପ୍ରସ୍ତୁତ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାମ ହୋଇଥିବାରୁ ପାକିସ୍ତାନକୁ ଏହା କରିବାକୁ ୩୦ ମିନିଟ୍ ରୁ ଅଧିକ କିମ୍ବା କିଛି ଘଣ୍ଟା ସମୟ ଲାଗିପାରେ। ଯାହା କି ପରମାଣୁ ଆକ୍ରମଣ ଘୋଷଣାର କିଛି ଘଣ୍ଟା ପରେ କାର୍ଯ୍ୟକାରୀ ହୋଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking