26.1 C
Bhubaneswar
Friday, March 27, 2026
Homeଓଡିଶାକୃଷିରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱିତୀୟ ସବୁଜ ବିପ୍ଳବ କରାଇବ

କୃଷିରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱିତୀୟ ସବୁଜ ବିପ୍ଳବ କରାଇବ

ଭୁବନେଶ୍ୱର: ଭାରତୀୟ କୃଷିରେ ଦ୍ୱିତୀୟ ସବୁଜ ବିପ୍ଳବ ହେବାକୁ ହେଲେ ପ୍ରଯୁକ୍ତି ବିଦ୍ୟାର ଅଭିନବତ୍ୱ ତଥା ସାମଗ୍ରିକ ବିକାଶ ହିଁ ଏହାର କର୍ଣ୍ଣଧାର ହେବ ବୋଲି ଜଣେ ପ୍ରମୁଖ କୃଷି ବିଶେଷଜ୍ଞ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ରେ ସୋମବାର ଆୟୋଜିତ ହୋଇଥିବା ସାପ୍ତାହିକ ବକ୍ତୃତା ମାଳାରେ ଯୋଗ ଦେଇ ଡେରାଡୁନ ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ କୃଷି ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଶରୀରତତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ତଥା ଅନନ୍ୟ ଗବେଷକ ପ୍ରଫେସର ସୁଧୀର କୁମାର ଗୁରୁ ଏହି ମତ ବ୍ୟକ୍ତ କରିଛନ୍ତି।
ପ୍ରଫେସର ଗୁରୁ ଅଧୁନା ଜି. ବି. ପନ୍ତ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ସ୍ୱତନ୍ତ୍ର ଅଧିକାରୀ (ଓଏସଡି) ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ଆଲୋଚନାରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଗବେଷଣା ସଂଯୋଜକ ପ୍ରଫେସର ଜଗମୋହନ ଲାଲ ଗୁଲାଟି ଆଲୋଚନା ଆରମ୍ଭ କରିଥିବାବେଳେ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଫେସର ଗୁରୁଙ୍କ ବକ୍ତବ୍ୟ ପରେ ଆଲୋଚନା ଓ ପର୍ଯ୍ୟାଲୋଚନା ଅବସରରେ ମହାବିଦ୍ୟାଳୟର ସମସ୍ତ ଯୁବ ପ୍ରାଧ୍ୟାପକ ଓ ଗବେଷଣାରତ ଛାତ୍ରଛାତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରିଥିଲେ। ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରାଜୀବ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking