ପୁରୀ: ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିବ ଆଣ୍ଟି ଡ୍ରୋନ ପ୍ରଣାଳୀ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ୭ ଜିଲ୍ଲାର ଏସପିଙ୍କୁ ନେଇ ବସିଥିବା ବୈଠକ ପରେ ଡିଆଇଜି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର, ସମୂଦ୍ରକୂଳ, ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଜଭୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।










