16.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡ଼ିଲାଣି ଆପ୍

ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡ଼ିଲାଣି ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡ଼ିଲାଣି ଶାସନ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି । ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ, ହେଲେ ଆପ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଦଳ ପକ୍ଷରୁ ଆଶାୟୀ ବିଧାୟକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୧ଜଣ ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଥିଲା । ଏବେ ଦ୍ବିତୀୟ ପର୍ଯ୍ୟାୟରେ ୨୦ଜଣ ଆଶାୟୀଙ୍କ ସୂଚୀ ଜାରି କରିଛି ଦଳ । ଦ୍ବିତୀୟ ତାଲିକାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍ ବଦଳିଛି । ତାଙ୍କ ସ୍ଥାନରେ ନୂଆ କରି ଆପ୍ ସାମିଲ୍ ହୋଇଥିବା ଶିକ୍ଷକ ଅବଦ୍ଧ ଓଝାଙ୍କୁ ଟିକେଟ୍ ଦେବା ପାଇଁ ଦଳ ଚୟନ କରିଛି । ମନୀଷ ସିସୋଦିଆ ଦିଲ୍ଲୀ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନିଜ ପୁରୁଣା ଆସନକୁ ପ୍ରାର୍ଥୀ ହେବେ । ତାଙ୍କ ବିଧାନସଭା କ୍ଷେତ୍ର ପାଟପଡ଼ଗଞ୍ଜରୁ ପରିବର୍ତ୍ତନ ହୋଇ ଜଙ୍ଗପୁରା ହୋଇଛି । ସୋମବାର ସକାଳୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା, ଓଲ୍ଡ ରାଜେନ୍ଦ୍ର ନଗର ବିଧାୟକ ଦୁର୍ଗେଶ ପାଠକ ଆପ୍ ସଂଯୋଜକ ଆରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ପହଞ୍ଚିଥିଲେ । ପରେ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ଇମରାନ ହୁସେନ ଏହି ବୈଠକରେ ସାମିଲ୍ ହୋଇଥିଲେ । ଏଥିରେ ପାର୍ଥୀଙ୍କ ଟିକେଟକୁ ନେଇ ଆଲୋଚନା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking