19.1 C
Bhubaneswar
Friday, December 19, 2025
Homeଓଡିଶାପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଧମକ

ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଧମକ

କଟକ: ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଧମକ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ଦ୍ବାରବତପୁର ଗାଁର ମମତା ବେହେରା। ସ୍ବାମୀଙ୍କ ହତ୍ୟାକାରୀକୁ ଧରିବାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଧମକ ଦେଲେ ସ୍ତ୍ରୀ। ଅଭିଯୋଗ ଅନୁସାରେ, ଗତ ସପ୍ତାହରେ ମମତାଙ୍କ ସ୍ବାମୀ କାହ୍ନା ରାଉତକୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ହେଲେ ଏଯାଏଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନି। ଅଭିଯୁକ୍ତଙ୍କୁ ଧରିବା ବଦଳରେ ଟଙ୍କା ନେଇ ମାମଲା ରଫାଦଫା କରିବାକୁ ପୋଲିସ୍ ଚାପ ପକାଉଥିବା ଅଭିଯୋଗ । ଏନେଇ ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପରେ ବି ନ୍ୟାୟ ମିଳୁନି । ଏଣୁ ଆଗକୁ ନ୍ୟାୟ ନମିଲିଲେ ପେଟ୍ରୋଲ୍ ଢାଳି ଆତ୍ମାହୁତି ଦେବାକୁ ମହିଳା ଜଣଙ୍କ ଧମକ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking