ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଘୁର୍ଣ୍ଣିବଳୟ । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ନେଇପାରେ ଲଘୁଚାପର ରୂପ । ଉତ୍ତର ଆଣ୍ଡାମାନ ସାଗର ନିକଟରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅକ୍ଟୋବର ୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଂଚଳରେ ଏହା ଲଘୁଚାପର ରୂପ ନେଇପାରେ ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥର ଭିଜାଭିଜାରେ ଦୁର୍ଗା ପୂଜା ହେବ ବୋଲି ଆଶଙ୍କା କରାଯାଉଛି ।










