25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବିହାରରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ

ବିହାରରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ

ପାଟନା: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ପାଟନା ଗସ୍ତ ପୂର୍ବକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବିହାରରେ ରେଳ ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ଶ୍ରୀ ବୈଷ୍ଣବ ପାଟନା ଏବଂ ଜମାଲପୁର ମଧ୍ୟରେ ୱିଣ୍ଡୋ ଟ୍ରେଲିଂ ଯାଞ୍ଚ କରିଥିଲେ ଏବଂ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜମାଲପୁରରେ ପହଞ୍ଚିବା ପରେ, ରେଳମନ୍ତ୍ରୀ ଜମାଲପୁର ଷ୍ଟେସନ୍ ପରିଦର୍ଶନ କରିଥିଲେ ଏବଂ ୩୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ପୁନଃବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ।

ସେ ୱାଗନର ପିଓଏଚ୍ (ପିରିଓଡିକ୍ ଓଭରହଲିଂ) କ୍ଷମତା ବୃଦ୍ଧି ପାଇଁ ୭୮.୯୬ କୋଟି ଟଙ୍କା ବ୍ୟୟର ଏକ ନୂତନ ପ୍ରକଳ୍ପ ଘୋଷଣା ମଧ୍ୟ କରିଥିଲେ । ପରେ ସେ ଜମାଲପୁର ସ୍ଥିତ ଇଣ୍ଡିଆନ୍ ରେଲୱେ ଇନଷ୍ଟିଚ୍ୟୁଟ୍ ଅଫ୍ ମେକାନିକାଲ୍ ଆଣ୍ଡ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ (ଆଇଆର୍‌ଆଇଏମ୍‌ଇଇ) ପରିଦର୍ଶନ କରିଥିଲେ ଯେଉଁଠାରେ ସେ “ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ । ଜମାଲପୁର ଷ୍ଟେସନ, ଆଇଆର୍‌ଆଇଏମ୍‌ଇଇ ଏବଂ କର୍ମଶାଳାର ବିକାଶ ଏବଂ ଉନ୍ନତିକରଣ ପାଇଁ ମୋଟ୍ ୩୫୦ କୋଟି ନିବେଶ କରାଯିବ । ବିଧାୟକ ଶ୍ରୀ ପ୍ରଣବ କୁମାର, ଶ୍ରୀ ଅଜୟ କୁମାର ସିଂହ, ଶ୍ରୀ ରାଜୀବ କୁମାର ସିହ୍ନା ଏବଂ ଶ୍ରୀ ଲାଲ ମୋହନ ଗୁପ୍ତାଙ୍କ ସହିତ ମହାପ୍ରବନ୍ଧକ ଶ୍ରୀ ଛତ୍ରସାଲ ସିଂହ (ପୂର୍ବ କେନ୍ଦ୍ରୀୟ ରେଳବାଇ) ଏବଂ ଶ୍ରୀ ମିଲିନ୍ଦ ଦେଉସ୍କର (ପୂର୍ବ ରେଳବାଇ) ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking