18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶପୁଣି ବିମାନ ଧକ୍କା: ଅଳ୍ପକେ ବର୍ତ୍ତିଲେ ୧୪୨ ଯାତ୍ରୀ

ପୁଣି ବିମାନ ଧକ୍କା: ଅଳ୍ପକେ ବର୍ତ୍ତିଲେ ୧୪୨ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ପୁଣି ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେ ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜାପାନ ଏୟାର ଲାଇନ୍ସର ଜେଟ୍ ଓ ଡେଲ୍ଟା ଏୟାର ଲାଇନ୍ସ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ପାଇଁ କିଛି ସମୟ ବିମାନ ଉଡାଣକୁ ବାତିଲ କରାଯାଇଛି। କିଛି ଦିନ ପୂର୍ବରୁ ମଧ୍ୟ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା। ଆମେରିକାର ଓ୍ବାସିଂଟନ୍ ଡିସି ନିକଟରେ ରେଗାନ୍ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ଏକ ଆର୍ମି ହେଲିକପ୍ଟର ବିମାନଟିକୁ ଧକ୍କା ଦେଇଥିଲା। ପରେ ବିମାନଟି ଏକ ନଦୀକୁ ଖସି ପଡିଥିଲା। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking