34.1 C
Bhubaneswar
Friday, March 20, 2026
Homeଓଡିଶାଆଉ ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ: ଶିରୀଶ ମୁର୍ମୁ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର

ଆଉ ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ: ଶିରୀଶ ମୁର୍ମୁ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର

ମୁମ୍ବାଇ: ଭାରତ ସରକାର ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ନିଯୁକ୍ତି କମିଟି ସୋମବାର ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ସୋମବାର ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଶିରୀଶ ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ଦାୟିତ୍ୱ ସମ୍ଭାଳିବେ। ଆସନ୍ତା ମାସରେ ଏମ୍ ରାଜେଶ୍ୱର ରାଓ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ତାଙ୍କ ସ୍ଥାନରେ ଶିରୀଶ ମୁର୍ମୁଙ୍କୁ ନିଯୁକ୍ତି ଦିଆଯାଇଛି। ଏମ୍ ରାଜେଶ୍ୱର ବର୍ତ୍ତମାନ ବ୍ୟାଙ୍କିଂ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ପୋର୍ଟଫୋଲିଓ ଦାୟିତ୍ୱରେ ଥିବା ସବୁଠାରୁ ବରିଷ୍ଠ ଡେପୁଟି ଗଭର୍ଣ୍ଣର। ରାଓଙ୍କ କାର୍ଯ୍ୟକାଳ ଅକ୍ଟୋବର ୮ରେ ଶେଷ ହେଉଛି। ଶିରୀଶ ମୁର୍ମୁ ୯ ଅକ୍ଟୋବରରେ ନିଜର ନୂଆ ଦାୟିତ୍ୱ ସହ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି। ପ୍ରକାଶ, ଶିରୀଶ ମୁର୍ମୁ ସମ୍ପ୍ରତି ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ ଆରବିଆଇର ୪ ଡେପୁଟି ଗଭର୍ଣ୍ଣର ମୁଦ୍ରା ନୀତି, ଆର୍ôଥକ ବଜାର ନିୟମାବଳୀ, ବ୍ୟାଙ୍କିଂ ତଦାରଖ ଏବଂ ସର୍ବୋଚ୍ଚ ବ୍ୟାଙ୍କର ନିୟମାବଳୀ ସମେତ ଚାରୋଟି ପ୍ରମୁଖ ବିଭାଗର ଦାୟିତ୍ୱରେ ଅଛନ୍ତି। ମୁର୍ମୁଙ୍କ ପୋର୍ଟଫୋଲିଓ ଆବଣ୍ଟନ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସାନ ଭାଇ।

ଅନ୍ୟପକ୍ଷରେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ôଥକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ଆଗାମୀ କାର୍ଯ୍ୟକାଳ ଓ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking