23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶୟୁକ୍ରେନ୍ ପାଇଁ ଆଉ ଏକ ନୂଆ ଚ୍ୟାଲେଞ୍ଜ

ୟୁକ୍ରେନ୍ ପାଇଁ ଆଉ ଏକ ନୂଆ ଚ୍ୟାଲେଞ୍ଜ

ସିଓଲ: ୟୁକ୍ରେନ୍ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କ ପାଇଁ ମରିବାକୁ ଥିବା ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟମାନେ ଏବେ ୟୁକ୍ରେନ୍ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଚଳିତ ସପ୍ତାହରେ ରୁଷିଆର ବରଫାବୃତ୍ତ କୁର୍କ୍ସରେ ଯୁଦ୍ଧ ପରେ ୟୁକ୍ରେନ୍‌ର ସ୍ୱତନ୍ତ୍ର ବଳ ଉତ୍ତର କୋରିଆର ପ୍ରାୟ ୧୨ ଜଣ ଶତ୍ରୁ ସୈନ୍ୟଙ୍କ ମୃତଦେହ ପାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଜୀବିତ ସୈନ୍ୟ ମୃତ ଭଳି ପଡ଼ିରହିଥିଲେ। ୟୁକ୍ରେନ୍ ସୈନ୍ୟ ତାଙ୍କ ନିକଟରେ ପହଞ୍ଚତ୍ୱା ପରେ ସେ ଏକ ଗ୍ରେନେଡ୍ ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରୁ ୟୁକ୍ରେନ୍ ସୈନ୍ୟ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଯୁଦ୍ଧକ୍ଷେତ୍ରରେ ଏଭଳି ଏକାଧିକ ଘଟଣା ଦେଖିବାକୁ ମିଳିଛି।

ଉତ୍ତର କୋରିଆ ସୈନ୍ୟ ଏଭଳି କେତେକ ଚରମ ପଦକ୍ଷେପ ନେଉଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଉତ୍ତର କୋରିଆ ସୈନ୍ୟ ନିଜକୁ ବିସ୍ଫୋରଣ କରାଇ ଆତ୍ମହତ୍ୟା କରିବା ଘଟଣାକୁ କିମ୍ ନାମକ ଜଣେ ପୂର୍ବତନ ସୈନ୍ୟ ସ୍ୱୀକାର କରିଛନ୍ତି। ସେ ୨୦୨୨ରେ ସୈନ୍ୟବାହିନୀ ଛାଡ଼ି ଦକ୍ଷିଣ କୋରିଆ ଚାଲିଯାଇଥିଲେ। ଉତ୍ତର କୋରିଆ ସୈନ୍ୟବାହିନୀରେ ସାମିଲ ହେଉଥିବା ଯବାନମାନଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯାଇ ଏଭଳି ପ୍ରଭାବିତ କରାଯାଇଥାଏ ଯେ, ସେମାନେ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଥାଆନ୍ତି। ୟୁକ୍ରେନ୍ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆକଳନ ଅନୁଯାୟୀ ଯୁଦ୍ଧରେ ରୁଷିଆକୁ ସହାୟତା କରିବା ପାଇଁ ଉତ୍ତର କୋରିଆ କୁର୍କ୍ସ ଅଞ୍ଚଳରେ ୧୧ ହଜାର ସୈନ୍ୟ ନିୟୋଜିତ କରିଛି। ୟୁକ୍ରେନ୍ ସୈନ୍ୟଙ୍କ ଆକ୍ରମଣରେ ସେମାନଙ୍କ ମଧ୍ୟରୁ ୩,୦୦୦ରୁ ଊର୍ଦ୍ଧ୍ୱ ମୃତାହତ ହେଲେଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking