ମୁମ୍ବାଇ : କୋଲକାତାର ଆର.ଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ତେବେ ଏହି ଘଟଣା ପରି ମୁମ୍ବାଇରେ ଏଭଳି ଘଟଣା ଘଟାଇବାକୁ ଉଦ୍ୟମ ସାମ୍ନାକୁ ଆସିଛି। ସାଥେ ନାଗର ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ କୋଲକାତାର ଟ୍ରେନି ଡାକ୍ତରଙ୍କ ପରି ବଳାତ୍କାର କରିବାକୁ ଧମକ ଦିଆଯାଇଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ଶନିବାର ସଂଧ୍ୟାରେ ସାଠେ ନଗରର ମାନର୍ଖୁଦସ୍ଥିତ ପୀଡିତା ଡାକ୍ତରଙ୍କ କ୍ଲିନିକ ସମ୍ମୁଖରେ ଗାଡି ପାର୍କିଂକୁ ନେଇ ବିବାଦ ଦେଖା ଦେଇଥିଲା। ଏହି ସମୟରେ ମହିଳାଜଣକ ବିରୋଧ କରିଥିଲେ। ପରେ ୩ଜଣ ମହିଳାଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା।
ଏହି ଝଗଡା ସମୟରେ ଜଣେ ଅଭିଯୁକ୍ତ ପୀଡିତା ଡାକ୍ତରଙ୍କୁ କୋଲକାତା ଭଳି ଘଟଣା କରିବୁ ବୋଲି ଧମକ ଦେଇଥିଲେ। ଏହା ପରେ ପୀଡିତା ଡାକ୍ତର ପୋଲିସ ପାଖରେ ଏକ ମାମଲା ରୁଜୁ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। ପୋଲିସ ୪ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଦୁଇ ଅଭିଯୁକ୍ତଙ୍କ ନାମ ମଧ୍ୟ ପ୍ରକାଶ କରିଛି। ପ୍ରଥମ ଅଭିଯୁକ୍ତଙ୍କ ନାମ କାଜଲ ରାମସ୍ବାମୀ ଏବଂ ଦ୍ୱିତୀୟଙ୍କ ନାମ ଅରୁଣା ଇଙ୍ଗଲେ।









