26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଦିଲ୍ଲୀର ମହିପାଳପୁରରେ ପୁଣି ଏକ ବିସ୍ଫୋରଣ!

ଦିଲ୍ଲୀର ମହିପାଳପୁରରେ ପୁଣି ଏକ ବିସ୍ଫୋରଣ!

ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀର ମହିପାଳପୁର ଅଞ୍ଚଳର ରାଡିସନ ହୋଟେଲ ନିକଟରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ସୃଷ୍ଟି କରିଥିଲା । ସୋମବାର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ଏହି ଘଟଣା ଆହୁରି ଭୟ ସୃଷ୍ଟି କରାଇଛି । ପୋଲିସ, ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ବୋମା ବିସ୍ଫୋରଣ ନୁହେଁ ବରଂ ଏକ ଡିଟିସି ଟାୟାର ଫାଟିବାର ଶବ୍ଦଥିଲା ।

ସୂଚନା ଅନୁସାରେ ନଭେମ୍ବର ୧୩ ତାରିଖ ସକାଳ ୯.୧୮ରେ ଅଗ୍ନିଶମ ବିଭାଗକୁ ମହିଳାଙ୍କ ଫୋନ କଲ ଆସିଥିଲା । ମହିଳାପୁରରେ ରାଡିସନ ହୋଟେଲ ନିକଟରେ ଏକ ଦୋର ଦାର ବିସ୍ପୋରଣ ହୋଇଥିବା ସୂଚନା ଦେଇଥିଲେ । ପରିସ୍ଥିତିକୁ ବିଚାର କରି ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ତୁରନ୍ତ ଅଗ୍ନିଶମ ଗାଡି ପଠାଇଥିଲା । ପୁଲିସ ମଧ୍ୟ ପହଞ୍ଚିଥିଲା । ତଦନ୍ତରୁ ଜଣାପଡିଲା ଯେ,ଏକ ବସ୍ ଟାୟାର ଫାଟି ଯାଇଥିଲା, ଯାହା ଫଳରେ ଜୋରଦାର ଶବ୍ଦ ହୋଇଥିଲା। ଲୋକମାନେ ଏହାକୁ ବିସ୍ଫୋରଣ ଭାବି ଫୋନ୍ କରିଥିଲେ।କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରଣର ସଙ୍କେତ ପାଇଲେ ନାହିଁ। ପୋଲିସ ନିଶ୍ଚିତ କରିଛି ଯେ ଶବ୍ଦଟି ଏକ DTC ବସ୍ ଟାୟାର ଫାଟିବାର ଶବ୍ଦ ଥିଲା। ବସ୍ ଡ୍ରାଇଭର ଘଟଣାସ୍ଥଳରେ ଥିଲେ, ଏବଂ କେହି ଆହତ କିମ୍ବା କ୍ଷତିଗ୍ରସ୍ତ ହୋଇ ନଥିଲେ। ଏହା ଉଲ୍ଲେଖନୀୟ ଯେ ମାତ୍ର ତିନି ଦିନ ପୂର୍ବେ, ସୋମବାର ସନ୍ଧ୍ୟାରେ, ଦିଲ୍ଲୀରେ ଏକ ବୋମା ବିସ୍ଫୋରଣ ହଇଚଇ ସୃଷ୍ଟି କରିଥିଲା। ପୁରୁଣା ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଏହି ବୋମା ବିସ୍ଫୋରଣରେ ବାର ଜଣ ପ୍ରାଣ ହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking