ରାୟପୁର: ଛତିଶଗଡ ଜିଲ୍ଲାର ଟେକମେଟା ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ମାଓବାଦୀଙ୍କ ମୃତଦେହ , ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି । ଡିଆରଜି ଓ କୋବ୍ରା ଯବାନଙ୍କ ଅପରେସନ ଜାରି ରହିଛି । ଏନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି । ସୂଚନା ଥାଉକି , ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଓ ଦନ୍ତେୱାଡା ଜିଲ୍ଲାର ଅପମ୍ଫଲ୍ଲୀ ଜଙ୍ଗଲରେ ପୋଲ୍ସ ମାଓବାଦୀ ଭିତରେ ବଡ ଧରଣର ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିବାର ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦର ରାଜ । ଡିଆରଜି ଏବଂ ସିଆରପିଏଫ କୋବ୍ରା ଯବାନଙ୍କ ମିଳିତ ଅପରେସନରେ ବଡ ସଫଳତା ମିଳିଛି । ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।