ଭୁବନେଶ୍ୱର : ବର୍ଷାରୁ ନିସ୍ତାର ନାହିଁ । କାରଣ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ଯାହା ଫଳରେ ଆସନ୍ତା ୧୫ ତାରିଖ ଯାଏ ବର୍ଷିବ । ପ୍ରକାଶ ଯେ ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରି ଏହା ଅବପାତରେ ପରିଣତ ହେବ ।