21.1 C
Bhubaneswar
Wednesday, February 11, 2026
Homeଅପରାଧସାମ୍ନାକୁ ଆସିଲା ଆଉ ଏକ ଯୌନ ପିଶାଚର ନୃଶଂସତା; ୫୫ ବର୍ଷରେ ୮୯ ନାବାଳିକାଙ୍କୁ ଦୁଷ୍କର୍ମ...

ସାମ୍ନାକୁ ଆସିଲା ଆଉ ଏକ ଯୌନ ପିଶାଚର ନୃଶଂସତା; ୫୫ ବର୍ଷରେ ୮୯ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପ୍ୟାରିସ୍‌ : ଜ୍ୟାକ୍ ଲେଭେଗଲ୍ ନାମକ ଫ୍ରାନ୍ସର ଜଣେ ୭୯ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକଙ୍କ ବିରୋଧରେ ୧୯୬୭ରୁ ୨୦୨୨ ଅର୍ଥାତ୍ ଗତ ୫୫ ବର୍ଷ ମଧ୍ୟରେ ୮୯ ଜଣ ନାବାଳିକାଙ୍କୁ ଦୁଷ୍କର୍ମ, ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଫ୍ରାନ୍ସର ଗ୍ରେନୋବଲ୍‌ର ପବ୍ଲିକ ପ୍ରୋସିକ୍ୟୁଟର ଏଟିଏନ୍ ମାଣ୍ଟୋ ମଙ୍ଗଳବାର ଦିନ ଏହି ମାମଲା ଘୋଷଣା କରି ଜ୍ୟାକ୍ ଲେଭେଗଲ୍‌ଙ୍କ ଦ୍ୱାରା ସମସ୍ତ ପୀଡ଼ିତଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଅନ୍ୟପକ୍ଷେ ସମଗ୍ର ଫ୍ରାନ୍ସରେ ଏବେ ଏହି କୁତ୍ସିତ ମାନସିକ ରୋଗୀକୁ କଠୋରତମ ଦଣ୍ଡ ଦେବାକୁ ଦାବି ଜୋର୍ ଧରିଛି, ଯାହାଫଳରେ ଏପ୍ରକାର ଅପରାଧ କରିବାକୁ କେହି ସାହସ ମଧ୍ୟ କରିବେ ନାହିଁ।

ପବ୍ଲିକ ପ୍ରୋସିକ୍ୟୁଟର ଏଟିଏନ୍ ମାଣ୍ଟୋଙ୍କ ଅନୁଯାୟୀ, ଜ୍ୟାକ୍ ଲେଭେଗଲ୍ ୧୯୬୭ରୁ ୨୦୨୨ ମଧ୍ୟରେ ଭାରତ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ମରକ୍କୋ, ନାଇଜର, ଆଲଜେରିଆ, ଫିଲିପାଇନ୍ସ, କଲମ୍ବିଆ ଓ ଫ୍ରାନ୍ସରେ ନାବାଳିକାଙ୍କ ବିରୁଦ୍ଧରେ ଯୌନ ଅପରାଧ କରିଥିଲେ। ଜ୍ୟାକ୍ ଲେଭେଗଲ୍ ଜଣେ ପୂର୍ବତନ ଫରାସୀ ଭାଷା ଶିକ୍ଷକ। ସେ ଗୁମ୍ଫା ଅଧ୍ୟୟନ (ସ୍ପେଲିଓଲୋଜି)ରେ ଜଣେ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଯୁବକମାନଙ୍କୁ ଭେଟିବା ଏବଂ ସେମାନଙ୍କ ସହିତ ଯୌନ ସମ୍ପର୍କରେ ଲିପ୍ତ ହେବା ପାଇଁ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ। ସେ ପ୍ରାୟତଃ ୧୩ରୁ ୧୭ ବର୍ଷ ମଧ୍ୟରେ ଥିବା କିଶୋରୀମାନଙ୍କୁ ନିଜ ଯୌନ ଶିକାର ବନାଉଥିଲେ। ତେବେ ଏପ୍ରିଲ୍ ୨୦୨୫ରେ ଅଭିଯୁକ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅଭିଯୁକ୍ତ କରାଯିବା ପର ଠାରୁ ନ୍ୟାୟିକ ହେପାଜତ୍‌ରେ ରଖାଯାଇଛି। ତାଙ୍କ ବିରୋଧରେ ପିଟିସନ୍ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ପ୍ରକ୍ରିୟା ଏବେ ଆରମ୍ଭ ହୋଇଥିବା ବେଳେ ତାଙ୍କ ବିରୋଧରେ ପ୍ରମାଣକୁ ଅଧିକ ମଜବୁତ୍ କରିବା ପାଇଁ ସମସ୍ତ ପୀଡ଼ିତ ଆଗକୁ ଆସିବା ଉଚିତ୍‌। ଏହି ଘଟଣା କେବଳ ଫ୍ରାନ୍ସ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଚେତାବନୀ ବୋଲି ମାଣ୍ଟୋ କହିଛନ୍ତି। ଏପରି ଜ୍ୟାକ୍ ଲେଭେଗଲ୍ ଏକ ଘଟଣାକ୍ରମେ ନିଜ ଅସୁସ୍ଥ ତଥା କ୍ୟାନ୍‌ସର ପୀଡ଼ିତ ମାଆ ଏବଂ ୯୨ ବର୍ଷୀୟ ବୃଦ୍ଧା ମାଉସୀଙ୍କୁ ମଧ୍ୟ ହତ୍ୟା କରିଥିଲେ। ତେବେ ସେ ଏହି ହତ୍ୟା ଅଭିଯୋଗକୁ ସ୍ୱୀକାର କରିସାରିଥିବା ମାଣ୍ଟୋ ସୂଚନା ଦେଇଛନ୍ତି।

ପବ୍ଲିକ ପ୍ରୋସିକ୍ୟୁଟର ଏଟିଏନ୍ ମାଣ୍ଟୋ କହିଛନ୍ତି, ଏକ ୟୁଏସ୍‌ବି ଡ୍ରାଇଭ୍ ହିଁ ଏସବୁ ପାଶବିକ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ ଜ୍ୟାକ୍ ଲେଭେଗଲଙ୍କ ଏକ ପୁରୁଣା ୟୁଏସ୍‌ବି ଡ୍ରାଇଭ୍‌କୁ ଭୁଲବଶତଃ ତାଙ୍କର ଜଣେ ସମ୍ପର୍କୀୟ ପାଇଥିଲେ। ଏହି ଡ୍ରାଇଭ୍‌ରେ ଅଭିଯୁକ୍ତ ଜ୍ୟାକ୍ ନିଜର ଏକ ଡିଜିଟାଲ୍ ଆତ୍ମଜୀବନୀ ଲେଖିଥିଲେ। ଏହା ପ୍ରାୟ ୧୫ଟି ପୃଥକ ଖଣ୍ଡରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିବା ବେଳେ ଏଥିରେ ସେ କିପରି ନାବାଳିକାମାନଙ୍କୁ ନିଜ ଯୌନ ଲାଳସା ମେଣ୍ଟାଇବା ପାଇଁ ବ୍ୟବହାର କରୁଥିଲେ ସେସବୁ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ ଏହି ଡ୍ରାଇଭ୍ ସାମ୍ନାକୁ ଆସିବା ପରେ ଏଥିରେ ଥିବା ପ୍ରମାଣଗୁଡ଼ିକୁ ବ୍ୟବହାର କରି, ତଦନ୍ତକାରୀ ଏଜେନ୍ସିଗୁଡ଼ିକ ୧୯୬୭ରୁ ୨୦୨୨ମଧ୍ୟରେ ହୋଇଥିବା ସମସ୍ତ ଜଘନ୍ୟ ଅପରାଧ ବିଷୟରେ ସୂଚନା ସଂଗ୍ରହ କରିଛନ୍ତି। ତଦନ୍ତକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ତାଙ୍କ ଆତ୍ମଜୀବନୀରେ କରିଥିବା ପ୍ରତ୍ୟେକ ଅପରାଧର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଯାହା ସୁରକ୍ଷା ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଦେଇଛି। ତଦନ୍ତରେ ଏପର୍ଯ୍ୟନ୍ତ ୮୯ ପୀଡିତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତ ପୀଡ଼ିତଙ୍କ ବୟସ ସେତେବେଳେ ୧୩ରୁ ୧୭ ବର୍ଷ ମଧ୍ୟରେ ଥିଲା।

ଅନ୍ୟ ଅଜ୍ଞାତ ପୀଡିତମାନଙ୍କୁ ଆଗକୁ ଆସି ଅଭିଯୋଗ ଦାଖଲ କରିବାକୁ ଉତ୍ସାହିତ କରିବା ପାଇଁ ପବ୍ଲିକ ପ୍ରସିକ୍ୟୁଟରମାନେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏହି ଘଟଣା ଶିଶୁ ସୁରକ୍ଷା ଓ ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱ ବିଷୟରେ ସାରା ବିଶ୍ୱରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ଫ୍ରାନ୍ସରେ ଜୋଏଲ୍ ଲେ ସ୍କୁଆର୍ନେକ ନାମକ ଜଣେ ଡାକ୍ତର ୧୯୮୯ ରୁ ୨୦୧୪ ପର୍ଯ୍ୟନ୍ତ ଅର୍ଥାତ୍ ୨୫ ବର୍ଷ ମଧ୍ୟରେ ପ୍ରାୟ ୨୯୯ଜଣଙ୍କୁ (ଅଧିକାଂଶ ନାବାଳିକା)ଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ମେ ୨୦୨୪ରେ ଏକ ଫରାସୀ କୋର୍ଟ ଅବସରପ୍ରାପ୍ତ ଡାକ୍ତର ଜୋଏଲ୍ ଲେ ସ୍କୁଆର୍ନେକ୍‌ଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଜୋଏଲ୍ ତାଙ୍କ ପାଖକୁ ଆସୁଥିବା ସୁନ୍ଦର ମହିଳାମାନଙ୍କୁ ବିଭିନ୍ନ ବାହାନାରେ ଆନାସ୍ଥେସିଆ ଦେବା ପରେ ବଳପୂର୍ବକ ଦୁଷ୍କର୍ମ କରୁଥିଲେ ଏବଂ ଏସବୁର ଭିଡିଓ ରେକର୍ଡ କରି ନିଜ ପାଖରେ ରଖିବା ସହ ପୀଡ଼ିତାଙ୍କୁ ବାହାରେ ମୁହଁ ନଖୋଲିବାକୁ ଧମକାଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking