18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଏସଆଇଆରରେ କାର୍ଯ୍ୟରତ ଆଉ ଜଣେ ବିଏଲଓ ମୃତ

ଏସଆଇଆରରେ କାର୍ଯ୍ୟରତ ଆଉ ଜଣେ ବିଏଲଓ ମୃତ

ଉତ୍ତର ପ୍ରଦେଶ: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ଆଉ ଜଣେ ବିଏଲଓଙ୍କ ମୃତ୍ୟୁ ହୋଇଛି। ତାଙ୍କର ବ୍ରେନ ହେମୋରେଜ ଯୋଗୁଁ ମୃତ୍ୟୁ ଘଟିଛି। କାର୍ଯ୍ୟଭାର ଯୋଗୁଁ ସେ ଚାପଗ୍ରସ୍ତ ଥିଲେ ଏବଂ ଜନଗଣନା ଫର୍ମ ଦାଖଲ କରିବାରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶ ବରେଲି ଜିଲ୍ଲାସ୍ଥିତ ଇଜ୍ଜତନଗରର ବାସିନ୍ଦା ୫୦ ବର୍ଷୀୟ ଅଜୟ ଅଗ୍ରୱାଲ ଏମବି ଇଣ୍ଟର କଲେଜରେ ଜଣେ ଧନ୍ଦାମୂଳକ ଶିକ୍ଷକ ଭାବରେ ନିଯୁକ୍ତ ଥିଲେ। ତାଙ୍କୁ ଏସଆଇଆର (ସ୍ୱତନ୍ତ୍ର ସଘନ ସଂଶୋଧନ) କାର୍ଯ୍ୟ ପାଇଁ ଆଇଟିଆଇ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିଲା। ସୋମବାର ସନ୍ଧ୍ୟାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଗଲା ଏବଂ ତାଙ୍କ ପରିବାର ତାଙ୍କୁ ଡାକ୍ତରଖାନାକୁ ନେଇଗଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଅଜୟ ଅନେକ ଦିନ ଧରି ତାଙ୍କ କାମକୁ ନେଇ ଚିନ୍ତିତ ଥିଲେ। ସୋମବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେ ଗଣନା ଫର୍ମ ପୂରଣ କରିବାରେ ଅସୁବିଧା ହେଉଥିବା ଅଭିଯୋଗ କରୁଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପୋଇଲାସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଗୋଟିଏ ସପ୍ତାହ ମଧ୍ୟରେ ଏହା ବିଏଲଓଙ୍କ ଦ୍ୱିତୀୟ ମୃତ୍ୟୁ। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking