27.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶକେରଳରେ ଆଉ ଏକ ଏମ୍‌ପକ୍ସ ଆକ୍ରାନ୍ତ ଚିହ୍ନଟ

କେରଳରେ ଆଉ ଏକ ଏମ୍‌ପକ୍ସ ଆକ୍ରାନ୍ତ ଚିହ୍ନଟ

ତିରୁଅନନ୍ତପୁରମ : କେରଳରେ ଆଉ ଏକ ଏମ୍‌ପକ୍ସ ମାମଲା ଚିହ୍ନଟ ହୋଇଛି। ନିକଟ‌ରେ ୟୁଏଇରୁ କେରଳକୁ ଆସିଥିବା ଜଣେ ବ୍ୟକ୍ତି ଏମ୍‌ପକ୍ସରେ ଆକ୍ରାନ୍ତ ହୋଇଛନ୍ତି ବୋଲି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ଉକ୍ତ ବ୍ୟକ୍ତିଙ୍କଠାରେ ଏମ୍‌ପକ୍ସର ଲକ୍ଷଣ ଦେଖାଦେବାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯିବା ସହ ସଙ୍ଗରୋଧରେ ରଖାଯାଇଥିଲା। ତାଙ୍କ ନମୁନା ପରୀକ୍ଷା କରାଯିବାପରେ ସେ ଏମ୍‌ପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏମ୍‌ପକ୍ସ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିବା ସହ ଚିକିତ୍ସାରେ ରହିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି। ସମସ୍ତ ମେଡିକାଲ କଲେଜରେ ଚିକିତ୍ସା ସୁବିଧା କରାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଏକ ପୋଷ୍ଟ୍‌ରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking