16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଦିନିକିଆ କ୍ରିକେଟ୍‌ରୁ ମହମ୍ମଦ ନବୀଙ୍କ ସନ୍ନ୍ୟାସ ଘୋଷଣା

ଦିନିକିଆ କ୍ରିକେଟ୍‌ରୁ ମହମ୍ମଦ ନବୀଙ୍କ ସନ୍ନ୍ୟାସ ଘୋଷଣା

କାବୁଲ୍‌: ଆଫଗାନିସ୍ତାନ ଅଲ୍‌ରାଉଣ୍ଡର ମହମ୍ମଦ ନବୀ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛି। ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ନବୀ ଦିନିକିଆ କ୍ରିକେଟ୍‌ରୁ ଅବସର ନେବେ। ତେବେ ସେ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ। ନିକଟରେ ନବୀ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ଲେୟର୍ ଅଫ୍ ଦ ସିରିଜ୍ ହୋଇଥିଲେ। ସେ ତିନିଟି ମ୍ୟାଚ୍‌ରେ ୧୫୩ ରନ୍ କରିବା ସହିତ ୨ଟି ୱିକେଟ୍ ନେଇଥିଲେ। ଆଫଗାନିସ୍ତାନ ପୂର୍ବତନ କ୍ୟାପ୍‌ଟେନ୍ କହିଛନ୍ତି, ୨୦୨୩ ଦିନିକିଆ ବିଶ୍ୱକପ୍ ପରେ ସନ୍ନ୍ୟାସ ବିଚାର ଆସିଥିଲା। ତେବେ ଆମେ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବାରୁ ଏଥିରେ ମୋର ଖେଳିବା ଉଭୟ ଟିମ୍ ଓ ମୋ ପାଇଁ ଉନ୍ନତ ହେବ ବୋଲି ଚିନ୍ତା କରିଥିଲି। ବାଂଲାଦେଶ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ସେ କହିଥିଲେ, ଏ ସମ୍ପର୍କରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏବିସି) ସହିତ ଆଲୋଚନା କରିଛି। ୩୮ ବର୍ଷୀୟ ନବୀ ୨୦୦୯ରେ ସ୍କ୍‌ଟ୍‌ଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ପାଇଁ ଦିନିକିଆ କ୍ରିକେଟ୍ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୧୬୭ ଦିନିକିଆ ମ୍ୟାଚ୍ ଖେଳି ୩୬୦୦ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ତାଙ୍କର ୧୭ ଅର୍ଦ୍ଧଶତକ ଏବଂ ୨ ଶତକ ମଧ୍ୟ ସାମିଲ। ବୋଲିଂରେ ନବୀ ୧୭୨ ୱିକେଟ୍ ନିଜ ନାମରେ କରିଛନ୍ନତି। ଆଫଗାନିସ୍ତାନ ପାଇଁ ସର୍ବାଧିକ ମ୍ୟାଚ୍ ଖେଳିବାରେ ସେ ପ୍ରଥମ ଖେଳାଳି। ନବୀ ଏବେ ଦିନିକିଆ ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷରେ ରହିଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନର ପ୍ରଥମ ଚାମ୍ପିଅନ୍ସ ଟ୍ରଫି ହେବ। ୨୦୨୩ ବିଶ୍ୱକପ୍‌ରେ ଷଷ୍ଠ ସ୍ଥାନରେ ରହି ଆଫଗାନ୍ ଟିମ୍ ଚାମ୍ପିଅନ୍ସ ଟ୍ରଫି ଖେଳିବା ସୁଯୋଗ ପାଇଛି। ଆଫଗାନିସ୍ତାନ ଟିମ୍‌କୁ ସମସ୍ତ ଫର୍ମାଟ୍‌ରେ ପରିଚୟ ଦେବାରେ ନବୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଆଫଗାନିସ୍ତାନର ପ୍ରଥମ ୨୦୧୫ ଦିନିକିଆ ବିଶ୍ୱକପ୍‌ରେ ସେ କ୍ୟାପ୍‌ଟେନ୍ ଥିଲେ।ନବୀ ୨୦୧୯ରେ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking