26.1 C
Bhubaneswar
Wednesday, April 2, 2025
Homeଓଡିଶାକେନ୍ଦୁପତ୍ର ତୋଳାଳଙ୍କୁ ଶତକଡା ୨୫ ହାରରେ ୫୨.୬୩ କୋଟି ଲାଭାଂଶ ପ୍ରଦାନ ପାଇଁ ଘୋଷଣା

କେନ୍ଦୁପତ୍ର ତୋଳାଳଙ୍କୁ ଶତକଡା ୨୫ ହାରରେ ୫୨.୬୩ କୋଟି ଲାଭାଂଶ ପ୍ରଦାନ ପାଇଁ ଘୋଷଣା

ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ କଲ୍ୟାଣ ପାଇଁ, ଆମ ସରକାର, ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳି ମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ। ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି। ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ ୮୩.୯୨% ମହିଳା ଅଟନ୍ତି । ସେହିପରି, ୨୦,୫୦୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକମାନଙ୍କୁ ଶତକଡା ୫ ହାରରେ ୧.୯୪ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ ଶତକଡା ୫ ହାରରେ ୪.୯୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାପାଇଁ ଆମ ସରକାର ଘୋଷଣା କରିଛନ୍ତି। ଉପରୋକ୍ତ ଲାଭାଂଶକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡ଼ିବିଟି) ମାଧ୍ୟମରେ ପ୍ରଦାନ କରାଯାଉଅଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାର ସଫଳ ରୂପାୟନ ପାଇଁ ୨୦୨୪-୨୫ ଆର୍ôଥକ ବର୍ଷରେ “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ମାଧ୍ୟମରେ ୫୦.୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking