17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଭାରତକୁ ଆସିଲା ଅନମୋଲ ବିଷ୍ଣୋଇ: ଗିରଫ କଲା ଏନଆଇଏ

ଭାରତକୁ ଆସିଲା ଅନମୋଲ ବିଷ୍ଣୋଇ: ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ଉପରେ ଗୁଳିକାଣ୍ଡ ଏବଂ ବାବା ସିଦ୍ଦିକି ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇକୁ ଆଜି ଆମେରିକାରୁ ଭାରତ ଅଣାଯାଇଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲକୁ ଗତକାଲି ଆମେରିକାରୁ ପ୍ରତ୍ୟାର୍ପିତ କରାଯାଇଥିଲା ଏବଂ ସେ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ତାକୁ ଏନଆଇଏ ଗିରଫ କରିଥିଲା। ଅନ୍ୟ କେତେକ ପ୍ରତ୍ୟାର୍ପିତମାନଙ୍କୁ ମଧ୍ୟ ସେହି ବିମାନରେ ଭାରତ ଅଣାଯାଇଥିଲା। ଆମେରିକାରେ ରହୁଥିବା ଅନମୋଲ ବିଷ୍ନୋଇ ୨୦୨୨ ମସିହାରୁ ପଳାତକ ଥିଲା। ସେ ହେଉଛି ଜେଲରେ ଥିବା ଲରେନ୍ସ ବିଷ୍ନୋଇ ଦ୍ୱାରା ପରିଚାଳିତ ଅପରାଧ ସିଣ୍ଡିକେଟ୍ର ୧୯ତମ ଅଭିଯୁକ୍ତ। ଏନଆଇଏ ମାର୍ଚ୍ଚ ୨୦୨୩ରେ ତା ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking