27.8 C
Bhubaneswar
Tuesday, July 9, 2024
Homeଦେଶ ବିଦେଶସଂସଦରେ ବିରୋଧୀଙ୍କ ହଙ୍ଗାମା ଉପରେ ଲାଗିବ ଅଙ୍କୁଶ! ନିୟମରେ ବଡ଼ ପରିବର୍ତ୍ତନ କଲେ ବାଚସ୍ପତି

ସଂସଦରେ ବିରୋଧୀଙ୍କ ହଙ୍ଗାମା ଉପରେ ଲାଗିବ ଅଙ୍କୁଶ! ନିୟମରେ ବଡ଼ ପରିବର୍ତ୍ତନ କଲେ ବାଚସ୍ପତି

ନୂଆଦିଲ୍ଲୀ:  ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଜ କ୍ଷମତାର ପ୍ରୟୋଗ କରିବା ପୂର୍ବକ ସଂସଦ ପରିଚାଳନା କ୍ଷେତ୍ରରେ ରହିଥିବା ନିୟମରେ ଏକ ବଡ଼ ପରିବର୍ତ୍ତନ କରିଥିବା ସୂଚନା ମିଳିଛି । ଓମ ବିର୍ଲା ‘ବାଚସ୍ପତିଙ୍କ ନିର୍ଦ୍ଦେଶନା’ର ନିର୍ଦ୍ଦେଶନା ୧ରେ ଏକ ନୂତନ ଧାରା ଯୋଡିଛନ୍ତି, ଯାହା ପୂର୍ବ ନିୟମରେ ବିଶେଷ ଭାବରେ ପ୍ରଦାନ କରାଯାଇ ନାହିଁ । ବାଚସ୍ପତି ଅର୍ଥାତ୍ ଲୋକସଭା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ -୧’ର ସଂଶୋଧନ ଅନୁଯାୟୀ, ନୂଆ ଧାରା-୩ ଅନୁଯାୟୀ ଗୃହର ସଦସ୍ୟମାନେ (ସାଂସଦ) ଏଣିକି ଶପଥ ନେବା ସମୟରେ କୌଣସି ଅସଂସଦୀୟ ଶଦ୍ଦ କିମ୍ବା ସ୍ଲୋଗାନ ବ୍ୟବହାର କରିପାରିବେ ନାହିଁ । ଅର୍ଥାତ୍ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ ପ୍ରକ୍ରିୟା ସମୟରେ ନିର୍ବାଚିତ ସାଂସଦମାନେ କୌଣସି ପ୍ରକାର ଅଣସାମ୍ବିଧାନିକ ନାରାବଜି ଦେଇ ପାରିବେ ନାହିଁ । ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବା ସମୟରେ ବିରୋଧୀ ସାଂସଦମାନେ କରିଥିବା ସ୍ଲୋଗାନ ତଥା ନାରାବାଜିକୁ ଦୃଷ୍ଟିରେ ରଖି ଶ୍ରୀ ବିର୍ଲା ଏପ୍ରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବାଚସ୍ପତିଙ୍କ ଏପ୍ରକାର ନୂଆ ନିୟମ ଆସିବା ପରେ ଏଣିକି ସଂସଦରେ ବିରୋଧୀଙ୍କ ହଙ୍ଗାମା, ହଟ୍ଟଗୋଳ ଏବଂ ଗୃହକାର୍ଯ୍ୟରେ ବାଧାସୃଷ୍ଟି କରିବା ଭଳି ଘଟଣା ଉପରେ ଅଙ୍କୁଶ ଲାଗିବ ବୋଲି କିଛି ମାତ୍ରାରେ ଆଶା ସଞ୍ଚାର ହୋଇଛି ।
ପ୍ରକାଶ, ଗତ ସପ୍ତାହରେ ଶପଥ ଗ୍ରହଣ କରୁଥିବାବେଳେ କିଛି ସଦସ୍ୟ ‘ଜୟ ସମ୍ବିଧାନ’ ଏବଂ ‘ଜୟ ହିନ୍ଦୁ ରାଷ୍ଟ୍ର’ ଭଳି ଅନେକ ନାରାବାଜି ଦେଇଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହରେ ସ୍ୱାଭାବିକ ସ୍ଥିତି ବଜାୟ ରଖିବା ଦୃଷ୍ଟିରେ ନିୟମରେ ସଂଶୋଧନ କରିବାକୁ ବାଧ୍ୟ ହୋଇଛନ୍ତି ।  ସଂସଦ ଅଧିବେଶନର ପ୍ରଥମ ଏବଂ ଦ୍ୱିତୀୟ ଦିନରେ ଶପଥ ଗ୍ରହଣ ସମାରୋହରେ ଅନେକ ଏମପି ଏପରି ଶବ୍ଦ ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ, ଏଆଇଏମ୍‌ଆଇଏମ୍ ସାଂସଦ ଅସାଦୁଦ୍ଦିନ ଓୱୈସୀ ମଧ୍ୟ ‘ଜୟ ପାଲେଷ୍ଟାଇନ’ର ସ୍ଲୋଗାନ ମଧ୍ୟ ଉଠାଇଥିଲେ । ଯେଉଁଥିରେ ଅନେକ ସଦସ୍ୟ ଏହାକୁ ବିରୋଧ କରିଥିଲେ । ତା’ପରେ ବାଚସ୍ପତି ସଦସ୍ୟମାନଙ୍କୁ ଶପଥର ନିର୍ଦ୍ଧାରିତ ଫର୍ମାଟ ଅନୁସରଣ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ କେହି ଏହାକୁ ଅନୁସରଣ କରି ନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking