23.1 C
Bhubaneswar
Monday, January 19, 2026
Homeଓଡିଶାଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡ଼ିତା ଅଙ୍କିତା ପ୍ରଧାନ

ଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡ଼ିତା ଅଙ୍କିତା ପ୍ରଧାନ

ଭୁବନେଶ୍ବର : ଏମସ ଭୁବନେଶ୍ବରରୁ ଡିସଚାର୍ଜ ହେଲେ ଅଙ୍କିତା ପ୍ରଧାନ । ଡିସଚାର୍ଜ ପରେ ବଖାଣିଛନ୍ତି ୧୪ ତାରିଖ ରାତିରେ ଭରତପୁର ଥାନାର ଅକଥନୀୟ ନିର୍ଯାତନାର କାହାଣୀ । ଭୁବନେଶ୍ବର ଭରତପୁର ଥାନାରେ ଆର୍ମୀ ମେଜର ଓତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ ପଦାକୁ ଆସିଲା ପୋଲିସ ବର୍ବରତାର ରୂପ । ସେଦିନ ରାତିରେ ସୀମା ଟପିଥିଲା ଭରତପୁର ପୋଲିସ । ଥାନାରେ ଥାର୍ଡ ଡିଗ୍ରୀ ସହ ତାଙ୍କ ସହ ଅଶ୍ଲୀଳ ଆଚରଣ କରିଥିଲେ ବୋଲି କାନ୍ଦି କାନ୍ଦି କହିଛନ୍ତି ଅଙ୍କିତା । ତାଙ୍କୁ ଘୋଷଡ଼ିବା ସହ ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କ ତଣ୍ଟି ଚିପି ଦେଇଥିଲୋ ବେଲି କହିଛନ୍ତି।

କୋହ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ପୀଡ଼ିତ ଅଙ୍କିତା ପ୍ରଧାନ । ଅଙ୍କିତା ଆଣିଲେ ପୂର୍ବତନ ଆଇ ଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ । ପୋଲିସର ଅମାନୁଷିକ ବର୍ବରତାର କାହାଣୀ କହିଲେ ଅଙ୍କିତା । ଶନିବାର ରାତିର ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ପୁରା ଘଟଣାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କହିଲେ । ଜଣେ ଓକିଲ ହିସାବରେ ପୋଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫ ଆଇ ଆର ରଖିବାକୁ ଦାବି କରୁଥିବା ବେଳେ ପୋଲିସ୍ ର ତାଙ୍କ ପ୍ରତି ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର କେଉଁ ଭଳି ଆଇନ ବୋଲି ପ୍ରଶ୍ନ କଲେ ଅଙ୍କିତା । ଏବେ ଶୁଣିବା ପୋଲିସର ବର୍ବରତା କାହାଣୀ । ପ୍ରଥମେ ଚୁଟି ଧରି ଘୋଷାଡି ନେଇଥିଲେ ତା ପରେ ପରେ ଜଣେ ଲେଡି କନେଷ୍ଟବଳ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବାନ୍ଧି ଦେବା ସହ ଅନ୍ୟ ଜଣେ ଲେଡୀ କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମ୍ ରେ ବନ୍ଦ କରିଦେଇଥିଲେ । ନିଜର ପ୍ରତିରକ୍ଷା ପାଇଁ ଅଙ୍କିତା ଚିତ୍କାର କରିଥିଲେ ବୋଲି ପୁରୁଷ କନେଷ୍ଟବଳ ଏବଂ ଲେଡୀ କନେଷ୍ଟବଳ ମିଶିକି ମାଡ଼ ମାରିଥିଲେ । ପରେ ଭୋରୁ ଆଇଆଇସି ଆସି ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ତାଙ୍କର ୨ କନେଷ୍ଟବଳଙ୍କ ସହ ।

ଏପଟେ ଭୁବନେଶ୍ବର ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମରା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ । ନ୍ୟାୟିକ ତଦନ୍ତ ଦାବିରେ ବ୍ରହ୍ମପୁରରେ ବିକ୍ଷୋଭ କରିଛି ଓଡ଼ିଶା ଷ୍ଟେଟ ଏକ୍ସ ସର୍ଭିସେସ ଲିଗ, ଗଞ୍ଜାମ ଶାଖା । ପୋଲିସର ଆକ୍ରମଣକୁ ନିନ୍ଦା କରିବା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି l ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ ରୋମିଓଙ୍କୁ ତୁରନ୍ତ ଗିରଫ କରାଯିବ । ଏନେଇ ମେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking