25.1 C
Bhubaneswar
Saturday, March 7, 2026
Homeଦେଶ ବିଦେଶପାକିସ୍ତାନରେ ଥିବା ସବୁ ସମ୍ପତ୍ତିକୁ ବିକ୍ରି କରି ବିଦେଶ ପଳାଇବେ ଅଞ୍ଜୁ ଓ ନସରୁଲ୍ଲା

ପାକିସ୍ତାନରେ ଥିବା ସବୁ ସମ୍ପତ୍ତିକୁ ବିକ୍ରି କରି ବିଦେଶ ପଳାଇବେ ଅଞ୍ଜୁ ଓ ନସରୁଲ୍ଲା

ନୂଆଦିଲ୍ଲୀ: ପ୍ରେମ ପାଇଁ ରାଜସ୍ଥାନର ଭିବାଡ଼ିରୁ ପାକିସ୍ତାନରେ ଯାଇ ପହଞ୍ଚିଥିବା ଅଞ୍ଜୁଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିଲା। ‌ଅଞ୍ଜୁ ପାକିସ୍ତାନ ଯାଇ ତାଙ୍କ ଫେସବୁକ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରି ତାଙ୍କ ସହ ରହିଥିଲେ। ତେବେ କିଛିଦିନ ତଳେ ସେ ପାକିସ୍ତାନରୁ ଦିଲ୍ଲୀ ଫେରି ଚାକିରିରେ ଯୋଗ ଦେଇଥିବା ଜଣାପଡ଼ିଥିଲା। ଆଉ ନିଜର ଦୁଇପିଲାଙ୍କୁ ବି ସ୍କୁଲରେ ଭର୍ତ୍ତି କରିଥିଲେ। ଦୁଇ ପିଲାଙ୍କ କଥା ବୁଝିବା ପାଇଁ ଅଞ୍ଜୁ ତାଙ୍କ ବାପା ଓ ମା’ଙ୍କୁ ପାଖରେ ଆଣି ରଖିଛନ୍ତି। ତେବେ ଏବେ ଖବର ମିଳୁଛି ଯେ, ନସରୁଲ୍ଲା ଅଞ୍ଜୁଙ୍କ ସହିତ ମିଶି ପାକିସ୍ତାନରେ ଥିବା ତାଙ୍କରସବୁ ସମ୍ପତ୍ତି ବିକ୍ରି କରି ଆମେରିକା ଚାଲି ଯିବେ। ଅଞ୍ଜୁ ୨୦୦୭ରେ ରାଜସ୍ଥାନର ଭିବାଡ଼ିରେ ବସବାସ କରୁଥିବା ଅରବିନ୍ଦଙ୍କୁ ବିବାହ କରିଥିଲେ। ଏହାପରେ ଅଞ୍ଜୁଙ୍କର ଫେସବୁକ ଜରିଆରେ ନସରୁଲ୍ଲାଙ୍କ ସହିତ ବନ୍ଧୁତା ହୋଇଥିଲା। କିଛିଦିନର ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏମିତି କି ଅଞ୍ଜୁ ଓ ନସରୁଲ୍ଲା ବିବାହ କରିବେ ବୋଲି ବି ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ ଅଞ୍ଜୁ ବିଦେଶରେ ଚାକିରି କରିବେ ବୋଲି ପାସପୋର୍ଟ ତିଆରି କରିଥିଲେ। ଯାହାକୁ ଆଧାର କରି ସେ କାହାକୁ କିଛି ନଜଣାଇ ପାକିସ୍ତାନ ଯାଇ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରି ରହିଥିଲେ। ତେବେ ଅରବିନ୍ଦଙ୍କ ସହିତ ଅଞ୍ଜୁଙ୍କ ଛାଡ଼ପତ୍ର ଶେଷପର୍ଯ୍ୟାୟରେ ରହିଛି। ଛାଡ଼ପତ୍ର ହୋଇଗଲେ ଅଞ୍ଜୁ ନସରୁଲ୍ଲାଙ୍କ ସହ ମିିଶି ଆମେରିକା ଚାଲିଯିବେ ବୋଲି ଶୁଣିବାକୁ ମିଳୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking