18.1 C
Bhubaneswar
Thursday, January 15, 2026
Homeଖେଳଅନୀଶ ସରକାର ସର୍ବକନିଷ୍ଠ ଫିଡେ ରେଟେଡ୍ ଖେଳାଳି

ଅନୀଶ ସରକାର ସର୍ବକନିଷ୍ଠ ଫିଡେ ରେଟେଡ୍ ଖେଳାଳି

କୋଲ୍‌କାତା:ଉତ୍ତର କୋଲ୍‌କାତାର ଅନୀଶ ସରକାର ଶୁକ୍ରବରେ ଚେସ୍ ବୋର୍ଡରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଅନୀଶ ୩ ବର୍ଷ ଆଠ ମାସ ୧୯ ଦିନ ବୟସରେ ଫିଡେ ରେଟିଂ ହାସଲ କରିବାରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ୨୦୨୧ ଜାନୁଆରୀ ୨୬ ତାରିଖରେ ଜନ୍ମିତ ଅନୀଶ ଚଳିତ ବର୍ଷ ଅକ୍ଟୋବରରେ ପଶ୍ଚିମ ବଙ୍ଗ ରାଜ୍ୟ ଅଣ୍ଡର-୯ ଓପନ୍ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଚେସ୍‌ରେ ଡେବ୍ୟୁ କରିଥିଲେ। ଏହି କୁନି ଖେଳାଳି ନିଜର ସର୍ବପ୍ରଥମ ପ୍ରତିଯୋଗିତାରେ ପ୍ରଭାବଶାଳୀ ପ୍ରଦର୍ଶନ କରି ସମ୍ଭାବିତ ୮ରୁ ୫.୫ ପଏଣ୍ଟ୍ ହାସଲ କରିଥିଲେ। ଇତିମଧ୍ୟରେ ସେ ଦୁଇଜଣ ରେଟେଡ୍ ଖେଳାଳି ଅରବ ଚାଟାର୍ଜୀ ଓ ଅହିଲାନ ବୈଶ୍ୟଙ୍କୁ ହରାଇଥିଲେ। ଏହା ସହିତ ସେ ପ୍ରତିଯୋଗିତାରେ ୨୪ତମ ସ୍ଥାନରେ ରହିଥିଲେ।

ଏହା ମଧ୍ୟରେ ସେ ଭାରତର ନମ୍ବର ଏକ ଖେଳାଳି ତଥା ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ଚତୁର୍ଥ ସ୍ଥାନରେ ଥିବା ଗ୍ରାଣ୍ଡ୍‌ମାଷ୍ଟର ଅର୍ଜୁନ ଏରିଗାସୀଙ୍କ ବିପକ୍ଷରେ ଖେଳାଳିବାର ସୁଯୋଗ ପାଇଥିଲେ। ଏହାପରେ ଅନୀଶଙ୍କୁ ପଶ୍ଚିମ ବଙ୍ଗ ରାଜ୍ୟ ଅଣ୍ଡର-୧୩ ଓପନ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ସେଠାରେ ସେ ପାଞ୍ଚ ରେଟେଡ୍ ଖେଳାଳିଙ୍କୁ ସାମ୍ନା କରିବା ଯୋଗ୍ୟତା ପୂରଣ କରିଥିଲେ। ଏହି ପ୍ରକାରେ ତାଙ୍କୁ ଫିଡେ ରେଟିଂରେ ୧୫୫୫ ପ୍ରାରମ୍ଭିକ ରେଟିଂ ମିଳଛି। ଫଳରେ ସେ ଭାରତ ତେଜସ୍ ତିୱାରୀଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ତେଜସ୍ ପାଞ୍ଚ ବର୍ଷ ବୟସରେ ଏହି ଉପଲବ୍ଧି ହାସଲ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking