13.1 C
Bhubaneswar
Monday, December 15, 2025
Homeଓଡିଶାଅନୁଗୁଳ ଟିପିଲ ମର୍ଡର ମାମଲା: ଫାଶୀ ଦଣ୍ଡ ପାଇଥିବା ୨ ଆସାମୀ ନିର୍ଦ୍ଦୋଶରେ ଖଲାସ

ଅନୁଗୁଳ ଟିପିଲ ମର୍ଡର ମାମଲା: ଫାଶୀ ଦଣ୍ଡ ପାଇଥିବା ୨ ଆସାମୀ ନିର୍ଦ୍ଦୋଶରେ ଖଲାସ

କଟକ: ଅନୁଗୁଳ ଗମ୍ଭାରୀ ମଲିହା ଗାଁର ଏକ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ ହାଇକୋର୍ଟରେ ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ ହୋଇଯାଇଛି । ଏହି ମାମଲାରେ ହାଇକୋର୍ଟ ୨ ଆସାମୀଙ୍କୁ ଅଦାଲତ ନିର୍ଦ୍ଦେଶରେ ଖଲାସ କରିଛନ୍ତି । ଏଥିସହିତ ହାଇକୋର୍ଟ ଏହି ମାମଲାରେ ମୃତକଙ୍କ ନାବାଳିକା କନ୍ୟାକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ବିବରଣୀ ଅନୁଯାୟୀ ଗତ ୨୦୧୭ ମସିହା ଅକ୍ଟୋବର ୯ ତାରିଖ ରାତିରେ ଅନୁଗୁଳ ଜିଲ୍ଲାର କିଶୋରନଗର ଥାନା ଅଧିନସ୍ଥ ଗମ୍ଭାରୀ ମଲିହା ଗାଁରେ ଏପରି ଘଟଣା ଘଟିଥିଲା । ଆସମୀଦ୍ୱୟ ପ୍ରକାଶ ବେହେରା ଓରଫ ବାବୁଲି ଏବଂ ନନ୍ଦକିଶୋର ସେଠୀ ଓରଫ ରଂଜା ଲୁଟ୍ କରିବା ନିମନ୍ତେ ଉକ୍ତ ଗାଁର ବିରଞ୍ôଚ ନାୟକଙ୍କ ଘରେ ପଶି ତାଙ୍କୁ ଅପହରଣ କରି ହତ୍ୟା କରିବା ସହ ତାଙ୍କ ପତ୍ନୀ ତରଣୀ ନାୟକ ଓ ତାଙ୍କ ନାବାଳକ ପୁଅ ନବ ଓରଫ ଏକଲବ୍ୟ ନାୟକକୁ ମଧ୍ୟ ହତ୍ୟା କରିଥିଲେ । ଏହା ପରେ ଆସାମୀଦ୍ୱୟ ମୃତ ଶବକୁ ସ୍ଥାନୀୟ ପୋଲ ଓ ଜଙ୍ଗଲ ନିକଟରେ ଫୋପାଡି ପଳାଇଥିଲେ ।

ଏ ସମ୍ପର୍କରେ କିଶୋରନଗର ଥାନାରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଏତଲାକାରୀ ସୁଶାନ୍ତ ନାୟକ ମାମଲା ରୁଜୁ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ମାମଲାର ଶୁଣାଣି କରି ଆଠମଲ୍ଲିକ୍ ଅତିରିକ୍ତ ସେସନ୍ ଜଜ୍ ଆସାମୀ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀକୁ ଗତ ୨୦୨୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏଥିସହିତ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ପ୍ରଦାନ କରିବାକୁ ଆଦେଶ ଦେଇଥିଲେ । ନିମ୍ନ ଅଦାଲତଙ୍କ ଏପରି ଦଣ୍ଡାଦେଶ ହାଇକୋର୍ଟକୁ ମଞ୍ଜୁରୀ ନିମନ୍ତେ ଆସିଥିଲାବେଳେ ଆସାମୀଦ୍ୱୟ ମଧ୍ୟ ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ । ହାଇକୋର୍ଟର ବିଚାରପତି ସଙ୍ଗମ ସାହୁ ଓ ବିଚାରପତି ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆସାମୀ ଦ୍ୱୟଙ୍କ ବିରୋଧରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣର ଅଭାବ ରହିଥିବା ଦର୍ଶାଇ ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶକୁ ଖାରଜ କରି ଦେବା ସହ ସେମାନଙ୍କୁ ନିର୍ଦ୍ଦେଶରେ ଖଲାସ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking