23.1 C
Bhubaneswar
Sunday, February 8, 2026
Homeଓଡିଶାଅଙ୍ଗନବାଡିକର୍ମୀଙ୍କୁ ହାଣିଦେଲେ

ଅଙ୍ଗନବାଡିକର୍ମୀଙ୍କୁ ହାଣିଦେଲେ

ସୋର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବରି ଗ୍ରାମର ଅଙ୍ଗନବାଡ଼ି ଦିଦି ସୁକାନ୍ତି ସାହୁ ବରି ମାର୍କୋଣା ରାସ୍ତା ପାର୍ଶ୍ଵରେ ଘର କରି ଦୀର୍ଘ ଦିନ ହେଲା ରହି ଆସୁଥିବା ବେଳେ ଘର ସାମ୍ନାରେ ତାଙ୍କ ସ୍ୱାମୀ କୈଳାସ ସାହୁ ଏକ ଛୋଟିଆ ପାନ ଦୋକାନ ଦେଇଛନ୍ତି l ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ଘରେ ନଥିବା ବେଳେ କେବଳ  ସୁକାନ୍ତି ସାହୁ ଘରେ ଏକୁଟିଆ ଥିଲେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ଚୋରି କରିବା ସହ ସୁକାନ୍ତି ସାହୁଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ସୁକାନ୍ତି ସାହୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ଘର ଭିତରେ ପଡ଼ିରହିଥିବା ବେଳେ ତାଙ୍କ ସ୍ୱାମୀ ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଅତି ଗୁରୁତର ଥିବା ବେଳେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ତେବେ ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking