30.1 C
Bhubaneswar
Thursday, February 12, 2026
Homeଅପରାଧଅଙ୍ଗନବାଡି ଦିଦିଙ୍କୁ ମାଡ଼ ଘଟଣା: ୩ ମହିଳାଙ୍କୁ ବାନ୍ଧିଲା ପୁଲିସ

ଅଙ୍ଗନବାଡି ଦିଦିଙ୍କୁ ମାଡ଼ ଘଟଣା: ୩ ମହିଳାଙ୍କୁ ବାନ୍ଧିଲା ପୁଲିସ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗତ ୧୯ ତାରିଖରେ ମହାପଦା ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ପିଟିଥିଲେ ଗ୍ରାମବାସୀ। ସୁଭଦ୍ରା ଯୋଜନାର କାମ କରିବାକୁ ଉର୍ମିଳା ସାମଲଙ୍କୁ ବାରଣ କରାଯାଇଥିଲା। ମାତ୍ର ଏହାକୁ ନ ମାନିବାରୁ କଙ୍ଗାରୁ କୋର୍ଟ ବସାଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ କେତେକ ଗ୍ରାମବାସୀ। ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କୁଣ୍ଡୁଳୀ ପଞ୍ଚାୟତ ମହାପଦା ଗ୍ରାମରେ। ସଂପୃକ୍ତ କର୍ମୀ ଜଣକ ଏବେ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଅଭିଯୋଗ ଅନୁସାରେ, ଏବେ ସୁଭଦ୍ରା ଯୋଜନାରେ ନାଁ ପଞ୍ଜୀକରଣ ଚାଲିଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଫର୍ମ ବଣ୍ଟନ କାର୍ଯ୍ୟ କରୁଥିଲେ। ଏହି ସମୟରେ ଗ୍ରାମର କେତେକ ଲୋକ ଆସି ତାଙ୍କୁ ଉକ୍ତ କାର୍ଯ୍ୟ ନ କରିବାକୁ କହିଥିଲେ। କିନ୍ତୁ ସଂପୃକ୍ତ କର୍ମୀ ସେମାନଙ୍କ କଥା ନମାନି ଫର୍ମ ବଣ୍ଟନ କରିବା ସହିତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସୁଭଦ୍ରା ଯୋଜନା ପାଇଁ ଗ୍ରାମରେ ରାଲି କରିଥିଲେ। ଏହାକୁ ନେଇ କେତେକ ଗ୍ରାମବାସୀ ତାଙ୍କ ଉପରେ ଆକ୍ରୋଶ ରଖିଥିଲେ।

ତେବେ ସେପ୍ଟେମ୍ବର ୧୯ ତାରିଖ ଦିନ ୧୧ଟା ବେଳେ କର୍ମୀ ଜଣକ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ହଠାତ୍ ଗ୍ରାମର ଅଞ୍ଜଳି ସାନ୍ତରା, ପୂର୍ଣ୍ଣିମା ମିଶ୍ର, ରଞ୍ଜୁଲତା ମଲ୍ଲିକ, ଆରତୀ ମଲ୍ଲିକ, ରେଖା ବେହେରା, ସାଗରବାଳା ବେହେରା, ପଦ୍ମିନୀ ମଲ୍ଲିକ ସମେତ ଶିବପୁରା ଗ୍ରାମର ନବକୁମାର ମଲ୍ଲିକ, ବିକାଶ କୁମାର ବେହେରା ପହଞ୍ଚି ମିଳିତ ଭାବେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହିତ ତାଙ୍କୁ କେନ୍ଦ୍ରରୁ ବାହାରକୁ ଘୋଷାରି ଆଣି ଗୋଟିଏ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking