22.1 C
Bhubaneswar
Friday, January 16, 2026
Homeଖେଳବାଂଲାଦେଶ ଟେଷ୍ଟ ସିରିଜ୍‌ରୁ ନାନ୍ଦ୍ରେ ବର୍ଗର୍ ବାଦ୍

ବାଂଲାଦେଶ ଟେଷ୍ଟ ସିରିଜ୍‌ରୁ ନାନ୍ଦ୍ରେ ବର୍ଗର୍ ବାଦ୍

ଜୋହାନ୍ସବର୍ଗ : ସାଉଥ୍ ଆଫ୍ରିକାର ଫାଷ୍ଟ ବୋଲର୍ ନାନ୍ଦ୍ରେ ବର୍ଗର୍ ଆହତ କାରଣରୁ ଆୟରଲାଣ୍ଡ୍ ବିପକ୍ଷ ଚଳିତ ଦିନିକିଆ ସିରିଜ୍‌ର ବାକି ମ୍ୟାଚ୍ ଏବଂ ବାଂଲାଦେଶ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍‌ଏ) ଏକ ବୟାନରେ କହିଛି, ୨୯ ବର୍ଷୀୟ ଫାଷ୍ଟ୍ ବୋଲର୍‌ଙ୍କ ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା ଏବଂ ପରେ ସ୍କାନ୍‌ରୁ ତାଙ୍କୁ ଆଘାତ ଲାଗିଥିବା ଜଣାଯାଇଛି। ସେ ସ୍ୱଦେଶ ଫେରି ମେଡିକାଲ୍ ଟିମ୍ ଅଧୀନରେ ଚିକିତ୍ସିତ ହେବେ। ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ପାଇଁ ଶୀଘ୍ର ତାଙ୍କ ବଦଳ ଖେଳାଳି ନାମ ଘୋଷଣା କରାଯିବ। ସାଉଥ୍ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ମୀରପୁର ଶେର୍‌-ଏ-ବାଂଲା ନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଏହାପରେ ଚଟଗାଓଁର ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୯ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଦ୍ୱିତୀୟ ମ୍ୟାଚ୍ ଖେଳିବେ।
ବର୍ଗର୍ ୨୦୨୩ରେ ଭାରତ ବିପକ୍ଷରେ ୧୨ ଦିନ ମଧ୍ୟରେ ସମସ୍ତ ତିନିଟିଯାକ ଫର୍ମାଟ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ନାନ୍ଦ୍ରେ ବର୍ଗର୍ ତିନି ଟେଷ୍ଟରେ ୧୪, ପାଞ୍ଚ ଦିନିକିଆରେ ୬ ଏବଂ ଦୁଇ ଟି-୨୦ରେ ଗୋଟିଏ ୱିକେଟ୍ ଅକ୍ତିଆର କରିସାରିଛନ୍ତି। ସିଏସ୍‌ଏ ୱାନ୍‌-ଡେ ଚ୍ୟାଲେଞ୍ଜ୍‌ରେ ଟପ୍ ଏବଂ ଦମ୍‌ଦର ବୋଲର୍ ହେବାପରେ ବର୍ଗରଙ୍କୁ ଆଇପିଏଲ୍ ୨୦୨୪ ସିଜନ୍ ପାଇଁ ରାଜସ୍ଥାନ ରୟାଲ୍ସ ଚୁକ୍ତି କରିଥିଲା। ଏହି ଅବସରରେ ସେ ଛଅ ମ୍ୟାଚ୍‌ରେ ୭ ୱିକେଟ୍ ଅକ୍ତିଆର କରିଥିଲେ। ଟି-୨୦ ବିଶ୍ୱକପ୍ ୨୦୨୪ରେ ତାଙ୍କୁ ସାଉଥ୍ ଆଫ୍ରିକା ଟିମ୍‌ରେ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking