35.1 C
Bhubaneswar
Thursday, April 2, 2026
Homeଅପରାଧପୁଣି ମଣିପୁରରେ ହିଂସା : ୫ ମୃତ

ପୁଣି ମଣିପୁରରେ ହିଂସା : ୫ ମୃତ

ମଣିପୁର : ମଣିପୁରରେ ପୁଣି ଅଘଟଣ । ଜିରିବାମ ଜିଲ୍ଲାରେ କୁକି ଏବଂ ମେତେଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ସନ୍ଦିଗ୍ଧ ଲୋକମାନେ ଗୋଟିଏ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ସୂଚନାନୁସାରେ, ଘଟଣାସ୍ଥଳରେ ପ୍ରବଳ ଗୁଳି ବିନିମୟ ଜାରି ରହିଛି। ଜିରିବାମ ପୁଲିସ ଷ୍ଟେସନଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ଜିରିବାମ ଜିଲ୍ଲାର ନଙ୍ଗସେକ୍ପିରେ ଏହି ଆକ୍ରମଣ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।ଏହାପୂର୍ବରୁ ଶୁକ୍ରବାର ରାତିରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗଙ୍କ ଘର ଉପରକୁ ରକେଟ୍‌ ହମ୍‌ଲା ହୋଇଥିଲା। ଫଳରେ ତାଙ୍କ ଘରର ଛାତ ଉପରେ ଯାଇ ରକେଟ୍‌ ପଡିଥିଲା। ଏଥିରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥବା ସୂଚନା ମିଳିଥିଲା। ସେହିପରି ୫ରୁ ୬ ଜଣ ଆହତମ ମଧ୍ୟ ହୋଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking