31.1 C
Bhubaneswar
Saturday, September 14, 2024
Homeଅପରାଧପୁଣି ସମାନ କାର୍ଯ୍ୟ : ନାବାଳିକାଙ୍କୁ ଗଣଦୁଷ୍କର୍ମ

ପୁଣି ସମାନ କାର୍ଯ୍ୟ : ନାବାଳିକାଙ୍କୁ ଗଣଦୁଷ୍କର୍ମ

ଯୋଧପୁର : ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାଜସ୍ଥାନର ଯୋଧପୁରର ଏକ ସରକାରୀ ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ଆଜି ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଡାକ୍ତରଖାନାର ଦୁଇ ଜଣ ସଫେଇ କର୍ମଚାରୀଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଅତିରିକ୍ତ ଡେପୁଟି ପୁଲିସ କମିସନର (ପଶ୍ଚିମ) ନିଶାନ୍ତ ଭରଦ୍ୱାଜ କହିଛନ୍ତି ଯେ ପ୍ରାୟ ୧୫ ବର୍ଷର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ କୌଣସି କଥାକୁ ନେଇ ଗାଳିଗୁଲଜ କରିଥିଲେ। ଏଥିରେ କ୍ରୋଧିତ ହୋଇ ସେ ରବିବାର ସନ୍ଧ୍ୟାରେ ଘରେ କିଛି ନ ଜଣାଇ ପଳାଇଯାଇଥିଲେ । ନାବାଳିକା ରବିବାର ରାତିରେ ଯୋଧପୁରସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ ପରିସରରେ ପହଞ୍ଚିଥିଲେ ଏବଂ ସେଠାରେ ଦୁଇ ଯୁବକ ନାବାଳିକାଙ୍କୁ ଏକୁଟିଆ ପାଇଥିଲେ। ଅଭିଯୁକ୍ତମାନେ ସଫେଇ କର୍ମଚାରୀ ବୋଲି ଜଣାପଡିଥିବା ବେଳେ ହସ୍ପିଟାଲ ଅଧୀକ୍ଷକ ଫତେସିଂହ ଭାଟି କହିଛନ୍ତି, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବରୁ ଆମ ସହ ଠିକା କର୍ମଚାରୀ ଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ କୌଣସି ସୂଚନା ନାହିଁ। ସେମାନେ ହସ୍ପିଟାଲରେ କାମ କରୁନଥିଲେ। ଏ ନେଇ ପୁଲିସ ମଧ୍ୟ ସ୍ଥିତି ସ୍ପଷ୍ଟ କରିନାହିଁ। ହସ୍ପିଟାଲ ଅଧୀକ୍ଷକ କହିଛନ୍ତି ଯେ ଆମେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛୁ। ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭିକୁ ପୁଲିସ ଯାଞ୍ଚ କରୁଛି। ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଡାକ୍ତରଖାନା ପରିସର ପଛପଟେ କଏଦୀ ୱାର୍ଡ ନିକଟରେ ଥିବା ଏକ କୋଠରୀକୁ ନେଇ ଯାଇଥିଲେ, ଯେଉଁଠାରେ ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ୟପକ୍ଷରେ ପୀଡ଼ିତା ଘରୁ ନିଖୋଜ ଥିବା ଜଣାପଡ଼ିବା ପରେ ତାଙ୍କ ବାପା ଓ ଅନ୍ୟ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ନପାଇ ପୁଲିସର ଦ୍ବାରସ୍ଥ ହୋଇଥିଲେ। ଗତକାଲି ସଂଧ୍ୟାରେ ପୀଡ଼ିତା ଡାକ୍ତରଖାନା ପରିସରରେ ଏକାକୀ ବୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ତାଙ୍କୁ ଥାନାକୁ ନେଇ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲା। ପୁଲିସ ପ୍ରାଥମିକ ତଦନ୍ତ ସହ ପୀଡ଼ିତାଙ୍କ ବୟାନ ନେବା ପରେ ସେ ଦୁଇ ଜଣ ଯୁବକଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ ଏତଲାରେ ଗଣଦୁଷ୍କର୍ମ ଓ ପୋକ୍ସୋ ଧାରା ଯୋଡ଼ିଛି। ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି। ଏହି ମାମଲାର ତଦନ୍ତ ପାଇଁ ଜଣେ ସହକାରୀ ପୁଲିସ କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking