ଭୁବନେଶ୍ୱର: ପୁଣି ଥରେ ଖସିଲା ସୁନା, ରୂପା ଦର । ଲଗାତାର ପଞ୍ଚମ ଦିନରେ ଖସିଛି ସୁନା, ରୂପା ଦର । ୨୪ କ୍ୟାରେଟ ସୁନା ଦର ୧୪୨୦ ଟଙ୍କା ଖସିଲା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା । ୨୨ କ୍ୟାରେଟ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ରହିଛି । ସେହିପରି ରୂପା କେଜି ପିଛା ୨୦ ହଜାର ହ୍ରାସ ପାଇ ୨ଲକ୍ଷ ୮୦ ହଜାର ଟଙ୍କା ହେଲା । ସୂଚନାଥାଉକି ଗତକାଲି ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ଖସିଥିଲା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା ରହିଥିଲା ।ସେହିପରି ରୂପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଥିଲା ।










