ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ଦ୍ୱିତୀୟ ଦିନରେ ପୁଣି କମିଲା ସୁନା ରୁପା ଦର । ୨୪ କ୍ୟାରେଟ୍ ସୁନା ଦର ୮ ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା । ୨୨ କ୍ୟାରେଟ୍ ସୁନା ଦର ୬୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା । ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର । ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇ ହେଲା ୩ ଲକ୍ଷ ୫୦ ହଜାର ଟଙ୍କା ।










