27.1 C
Bhubaneswar
Friday, September 27, 2024
Homeଦେଶ ବିଦେଶପୁଣି ଅଶାନ୍ତ ବାଂଲାଦେଶ: ଦୁର୍ଗାପୂଜା ପାଳନ ନକରିବାକୁ ସଂଖ୍ୟାଲଘୁଙ୍କ ଚେତାବନୀ

ପୁଣି ଅଶାନ୍ତ ବାଂଲାଦେଶ: ଦୁର୍ଗାପୂଜା ପାଳନ ନକରିବାକୁ ସଂଖ୍ୟାଲଘୁଙ୍କ ଚେତାବନୀ

ନୂଆଦିଲ୍ଲୀ : ପୁଣି ଅଶାନ୍ତ ବାଂଲାଦେଶ । ଦୁର୍ଗାପୂଜା ପାଳନ ନକରିବାକୁ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଚେତାବନୀ ଦେଇଛନ୍ତି । ଇସଲାମିକ ମୌଳବାଦୀ ସଂଗଠ ଗୁଡ଼ିକ ପକ୍ଷରୁ ଦୁର୍ଗାପୂଜାରେ ଛୁଟି ମନା କରାଯାଇଛି । ବାଂଲାଦେଶରେ ସଂଖ୍ୟାଲଘୁ ସଂପ୍ରଦାୟର ସବୁଠାରୁ ବଡ଼ ପର୍ବ ହେଉଛି ଦୁର୍ଗାପୂଜା । କିନ୍ତୁ ଚଳିତ ବର୍ଷ ଏହାକୁ ପାଳନ ନକରିବାକୁ ଚେତାବନୀ ଦେଇଛନ୍ତି। ଏହା ସହ ଦୁର୍ଗାପୂଜା ଉପରେ କଟକଣା ଲଗାଇବାକୁ ମଧ୍ୟ ଅନ୍ତରୀଣ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଗୁରୁବାର ଏହି ଦାବିକୁ ନେଇ ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ ନାମକ ଏକ କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନ ଢାକାର ସେକ୍ଟର-୧୩ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ ସଭାର ଆୟୋଜନ କରିଛି । ଢାକାର ଏକ ଖେଳ ପଡ଼ିଆରେ ଦୁର୍ଗାପୂଜା ପାଇଁ ହିନ୍ଦୁମାନଙ୍କ ପକ୍ଷରୁ ଚାଲିଥିବା ପେଣ୍ଡାଲ ପ୍ରସ୍ତୁତିକୁ ମଧ୍ୟ ଏହି ସଙ୍ଗଠନ ବିରୋଧ କରିଛି ।

‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ର ସଦସ୍ୟମାନେ ବିଭିନ୍ନ ପ୍ରକାର ବ୍ୟାନର ସହ ଗୁରୁବାର ପ୍ରତିବାଦ କରିଛନ୍ତି। ଉକ୍ତ ବ୍ୟାନରରେ ଲେଖାଯାଇଛି, ରାସ୍ତା ବନ୍ଦ କରି ଦୁର୍ଗାପୂଜା ପାଇଁ ଅନୁମତି ନ ଦିଆଯାଉ, ମୂର୍ତ୍ତି ବିସର୍ଜନକୁ ଅନୁମତି ଦିଆଯାଇ ଜଳ ପ୍ରଦୂଷଣକୁ ବଢ଼ା ନ ଯାଉ। ସେହିପରି ଉକ୍ତ ସଙ୍ଗଠନ ପକ୍ଷରୁ ବାଂଲାଦେଶର ନୂତନ ଅନ୍ତରୀଣ ସରକାରଙ୍କ ଉଦ୍ଦେଶ୍ୟରେ ୧୬ଟି ଦାବିପତ୍ର ଉପସ୍ଥାପନ କରାଯାଇଛି। ପର୍ଯ୍ୟାବରଣକୁ କ୍ଷତି ପହଞ୍ଚୁଥିବା ଦର୍ଶାଇ ମୂର୍ତ୍ତି ବିସର୍ଜନରେ ଶୋଭାଯାତ୍ରାକୁ ଅନୁମତି ନ ଦେବା ପାଇଁ ଏହି ଇସ୍‌ଲାମିକ୍ ସଙ୍ଗଠନ ଦାବି କରିଛି। ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ ପକ୍ଷରୁ କୁହାଯାଇଛି, ଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା ୨%ରୁ ମଧ୍ୟ କମ୍ । ତେଣୁ ଦୁର୍ଗାପୂଜାକୁ ଦେଶରେ ଛୁଟିଦିନ ଭାବରେ ଘୋଷଣା କରିବାର ଆବଶ୍ୟକତା ନାହିଁ। ଏହାଫଳରେ ବହୁ ସଂଖ୍ୟକ ମୁସଲମାନଙ୍କୁ ଅନେକ ସମସ୍ୟାର ସାମ୍‌ନା କରିବାକୁ ପଡ଼ୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking