ଭୁବନେଶ୍ୱର : ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ଗୁରୁବାର ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ନଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚୋରା ମଦ ବିକ୍ରି ବନ୍ଦ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । ଯେଉଁ ମଦନୀତି ଥିଲା ତାହାକୁ ସାବଲୀଳ କରାଯିବ ।ନୂଆ ମଦ ନୀତିରେ ଓଡ଼ିଶାରେ ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ଯେ, ଚୋରା ମଦ କିପରି ବନ୍ଦ ହେବ ସେନେଇ ବଡ ଚ୍ୟାଲେଞ୍ଜ ରହିଛି । ଆଗାମୀ ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ ହେବ । ସେ ଆଧାରରେ ଆଗକୁ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁ ମଦନୀତି ଥିଲା ସେଥିରେ କିଛି ସଂଶୋଧନ କରାଯିବ। ଯେଉଁ କିଛି ସମସ୍ୟା ରହିଥିଲା,ତାହାର କିପରିସମାଧାନ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।