22.1 C
Bhubaneswar
Friday, December 26, 2025
Homeଦେଶ ବିଦେଶପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ନୂଆଦିଲ୍ଲୀ : ହେମନ୍ତ ସୋରେନ ଜୁଲାଇ ୭ରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି। ସରକାର ଗଠନର ସମସ୍ତ ପ୍ରକ୍ରିୟା ପୁରା ହୋଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ପକ୍ଷରୁ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ହେମନ୍ତଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ମେଣ୍ଟ ଦଳର ସମସ୍ତ ନେତା ଏବଂ ବିଧାୟକମାନେ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ହେମନ୍ତଙ୍କୁ ବିଧାୟକ କରାଯିବା ନେଇ ସ୍ଥିର ହୋଇଥିଲା। ହେମନ୍ତଙ୍କୁ ବିଧାୟକଦଳ ନେତା ଭାବେ ଚୟନ ମଧ୍ୟ କରାଯାଇଥିଲା। ଏହାପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜ ପଦରୁ ଇସ୍ତଫା ଦେଇଥିଲେ। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଗତ ଫେବୃୟାରୀରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ଗତ ଜୁନ ୨୮ରେ ସେ ଜେଲରୁ ମୁକୁଳିଥିଲେ। ଜାନୁଆରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଗିରଫର କିଛି ମିନିଟ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୫ ମାସ ଜେଲରେ ରହିବା ପରେ ହେମନ୍ତ ସୋରେନ ଜାମିନରେ ମୁକୁଳିଛନ୍ତି। ସେ ଜେଲରୁ ମୁକୁଳିଥିବାରୁ ୫ ମାସ ଧରି ଚାଲିଥିବା ଚମ୍ପାଇ ସରକାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking