27.1 C
Bhubaneswar
Sunday, June 30, 2024
Homeଅପରାଧପୁଣି ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର

ପୁଣି ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର

ରାଉରକେଲା :  ରାଉରକେଲା ସରକାରୀ ଡାକ୍ତରଖାନାରୁ ଜଣେ ନକଲି ଡାକ୍ତର ଧରାପଡିଥିବା ବେଳେ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।  ଗିରଫ ନକଲି ଡାକ୍ତର ଜଣକ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ପଦ୍ମନାଭନ ମୁଖି କାରୁଆ ବୋଲି ଜଣାପଡିଛି । ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟକୁ ନକଲ କରି ୭ ମାସ ହେବ ଆଉଟସୋର୍ସିଂ ସଂସ୍ଥା ଜରିଆରେ ରାଉଲକେଲା ସରକାରୀ ଡାକ୍ତରଖାନାର ଡାୟାଲିସିସ୍ ବିଭାଗରେ କାର୍ୟ୍ୟ କରୁଥିଲେ । ପଦ୍ମନାଭନ ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟରେ ନିଜ ଫଟୋ ଲଗାଇ ନିଯୁକ୍ତି ପାଇଥିଲେ । ତେବେ ପ୍ରାରମ୍ଭିକ ଯାଂଚ ବେଳେ ବାଜାଜ ଫାଇନାନ୍ସର ଅଧିକାରୀ ମାନେ ଜାଣି ନପାରିବା ସହ ପଦ୍ମନାଭନଙ୍କ ବ୍ୟାଙ୍କ ଆକାଉଁଟକୁ ୧୬ ଲକ୍ଷ ୫୩ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ଗତ ୧୫ ତାରିଖରେ ପଦ୍ମନାଭନ ଦାଖଲ କରିଥିବା କାଗଜପତ୍ରକୁ ବାଜାଜ୍ ଫାଇନାନ୍ସର ଏରିଆ ମ୍ୟାନେଜର ଯାଂଚ କରିଥିବା ବେଳେ ସତ ସାମ୍ନାକୁ ଆସିଥିଲା । ଏନେଇ ଅଭିଯୋଗ ପରେ ନକଲି ଡାକ୍ତର ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଳାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking