30.1 C
Bhubaneswar
Saturday, September 28, 2024
Homeଓଡିଶାପୁଣି ବଜ୍ରପାତରେ ଗଲା ଆଉ ଏକ ଜୀବନ

ପୁଣି ବଜ୍ରପାତରେ ଗଲା ଆଉ ଏକ ଜୀବନ

ଆଠଗଡ଼ : ଆଠଗଡ ଥାନା ଅନ୍ତର୍ଗତ ଚମ୍ଫାପୁର ନିକଟରେ ଘଟିଛି ଅଭାବନୀୟ ଘଟଣା । ବଜ୍ରପାତରେ ଜଣେ ଜଣେ ଗାଈ ଚରାଳିଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବାବୁଲି ଦେହୁରୀ ତାଙ୍କୁ ବୟସ ମାତ୍ର ୫୮ ବର୍ଷ । ତାଙ୍କ ଘର କଣ୍ତରେଇ ପଞ୍ଚାୟତର ଡାଳୁଆ ଗ୍ରାମରେ । ଗତ ବୁଧବାର ସେ ଗାଇ ମାନଙ୍କୁ ନେଇ ଚମ୍ପାପୁର ଚରାଇବା ପାଇଁ ନେଇ ଯାଇଥିଲେ । ଗଇ ଚରାଇବା ବେଳେ ବଜ୍ରପାତ ହୋଇଥିଲା । ଏହି ଘଟଣା ସେ ଚେତାଶୂନ୍ୟ ହୋଇ ପଡିଲେ । ତାଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking