35.7 C
Bhubaneswar
Saturday, April 12, 2025
Homeଦେଶ ବିଦେଶପଦଯାତ୍ରାରେ ବାହାରିଲେ ଅନନ୍ତ ଅମ୍ବାନୀ; ଚାଲିବେ ଜାମନଗରରୁ ଦ୍ୱାରକା ୧୭୦ କିଲୋମିଟର

ପଦଯାତ୍ରାରେ ବାହାରିଲେ ଅନନ୍ତ ଅମ୍ବାନୀ; ଚାଲିବେ ଜାମନଗରରୁ ଦ୍ୱାରକା ୧୭୦ କିଲୋମିଟର

ମୁମ୍ବାଇ: ୨୯ ବର୍ଷୀୟ ଅନନ୍ତ ଅମ୍ବାନୀ ନିଜ କଥା ରଖିଛନ୍ତି। ସେ ଜାମନଗରରୁ ୧୭୦ କିମି ଦୂର ଧାର୍ମିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ନଗରୀ ଦ୍ୱାରକା ଯାଏ ପଦଯାତ୍ରା ଆରମ୍ଭ କରିଛନ୍ତି। ଜାମନଗରକୁ ନିଜ ଜନ୍ମିତ ସହର ତଥା କର୍ମଭୂମୀ ଭାବେ ବିବେଚନା କରୁଥିବା ଅନନ୍ତ ଗତ ୨୯ ତାରିଖରୁ ଦୈନିକ ୨୦କିମି ଯାଏ ଚାଲି ଚାଲି ମାର୍ଗ ଅତିକ୍ରମ କରୁଛନ୍ତି। ଅନନ୍ତ ଏବେ ପ୍ରତ୍ୟେକ ରାତିରେ ୭ ଘଣ୍ଟା ଲେଖାଏ ଚାଲୁଛନ୍ତି। ଦେଶର ଅନ୍ୟତମ ପବିତ୍ର ସ୍ଥଳୀ ମଧ୍ୟରୁ ଅନ୍ୟତମ ଦ୍ୱାରକାକୁ ତାଙ୍କର ଏହି ପଦଯାତ୍ରା ଆସନ୍ତା ୮ ତାରିଖ ଅର୍ଥାତ୍ ତାଙ୍କ ଜନ୍ମଦିନ (ଏପ୍ରିଲ୍ ୩୦)ର ଠିକ୍ ଦିନକ ପୂର୍ବରୁ ଶେଷ ହେବ। ଏସିଆ ମହାଦେଶର ସବୁଠୁ ଅଧିକ ଧନୀ ପରିବାର ଅମ୍ବାନୀ ପରିବାରର ଉତ୍ତରଦାୟାଦ ଭାବେ ଅନନ୍ତଙ୍କ ଏହି ପଦଯାତ୍ରା ରୂପକ ଧାର୍ମିକ ତୀର୍ଥଯାତ୍ରା ଦେଶର ସଭ୍ୟତା ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ ଯାହାକି ଭଗବାନଙ୍କୁ ପାଇବାର ଏକ ବୃହତ୍ ମାଧ୍ୟମକୁ ସାର୍ଥକ କରିଛି।

ନିଜ ପଦଯାତ୍ରା ସମୟରେ ଅନନ୍ତ ଲୋକଙ୍କଠାରୁ ମିଳୁଥିବା ସମ୍ମାନ ଏବଂ ଶୁଭକାମନାକୁ ପୁଞ୍ଜି କରି ଆଗକୁ ବଢ଼ୁଛନ୍ତି। କିଛି ଲୋକ ତାଙ୍କ ସହିତ ପାଦରେ ପାଦ ମିଶାଇ ଏହି ମାର୍ଗରେ ଚାଲିବାର ମଧ୍ୟ ଦେଖିବାକୁ ମିଳୁଛି। ଶୁଭେଚ୍ଛୁ ତାଙ୍କୁ ଭଗବାନ ଦ୍ୱାରକାଧୀଶ ‘ପ୍ରଭୁ ଶ୍ରୀକୃଷ୍ଣ’ଙ୍କ ଫଟୋ ଉପହାର ସ୍ୱରୂପ ଦେଇଛନ୍ତି। ଅନନ୍ତ ମଧ୍ୟ ଏସବୁକୁ ସହର୍ଷ ଗ୍ରହଣ କରିବା ସହ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ଏବଂ ଦେବୀ ସ୍ତ୍ରୋତ ଜପ କରି କରି ଚାଲୁଛନ୍ତି। ପବିତ୍ର ଆଧ୍ୟାତ୍ମିକ ପରମ୍ପରାର ପାଦଚିହ୍ନ ଅନୁସରଣ କରିବା ସହ ବିଶ୍ୱ ବ୍ୟବସାୟ ଜଗତରେ ଏକ ଭବିଷ୍ୟତ ମଧ୍ୟ ଗଢ଼ାଯାଇପାରିବ ବୋଲି ନିଜ ପଦଯାତ୍ରା ମାଧ୍ୟମରେ ଅନନ୍ତ ଏକ ବଡ଼ ଉଦାହରଣ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଅନନ୍ତଙ୍କ ଯାତ୍ରା ଶୁଭଙ୍କର ତଥା ମଙ୍ଗଳମୟ ହେଉ, ଏତିକି ପ୍ରଭୁ ଦ୍ୱାରିକାଧୀଶଙ୍କ ନିକଟରେ ସମସ୍ତ ରିଲାଏନ୍ସ ପରିବାର ଏବଂ ଦେଶବାସୀଙ୍କ ପ୍ରାର୍ଥନା।

ବିଶ୍ୱର ଅନ୍ୟତମ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ସମ୍ପ୍ରତି କଶିଙ୍ଗ୍‌ସ୍ ସିଣ୍ଡ୍ରୋମ୍ ଭଳି ଏକ ବିରଳ ହରମୋନ ବ୍ୟାଧି, ଏବଂ ଅସୁସ୍ଥ ସ୍ଥୂଳତା, ଶ୍ୱାସରୋଗ ଏବଂ ଗୁରୁତର ଫୁସଫୁସ ରୋଗରେ ପୀଡ଼ିତ ରହିଛନ୍ତି। ଶାରୀରିକ ଦୁର୍ବଳତା ସତ୍ତ୍ୱେ ଅନନ୍ତଙ୍କ ଏହି ପଦଯାତ୍ରା ବେଶ୍ ପ୍ରଶଂସନୀୟ। ଅନନ୍ତ ଜଣେ ଦୃଢ଼ ସନାତନୀ ଯିଏକି ସବୁବେଳେ ନିଜ ଭିତରେ ଆଧ୍ୟାତ୍ମିକ ଆତ୍ମାକୁ ଜୀବିତ ରଖିଆସିଛନ୍ତି। ଭାରତର କିଛି ପୂଜ୍ୟ ଧାର୍ମିକ ସ୍ଥଳ ତାଙ୍କର ନିୟମିତ ବାସସ୍ଥାନ ସାଜିଥାଏ। ସେ ବଦ୍ରିନାଥ, କେଦାରନାଥ, କାମାକ୍ଷା, ନାଥଦ୍ୱାର, କାଳୀଘାଟ ଏବଂ କୁମ୍ଭମେଳା ଭଳି ଅନେକ ଅନେକ ଆଧ୍ୟାତ୍ମିକ ପୀଠ ତଥା କାର୍ଯ୍ୟକ୍ରମକୁ ମନଖୋଲା ଦାନ ଦେଇଥାନ୍ତି। ଅନ୍ୟପକ୍ଷେ ଅନନ୍ତଙ୍କ ଉପରେ ଏକ ବଡ଼ ଗୁରୁଦାୟିତ୍ୱ ମଧ୍ୟ ନ୍ୟସ୍ତ ରହିଛି। ଅନନ୍ତ ବିଶ୍ୱର ସର୍ବବୃହତ୍ ତୈଳ ବିଶୋଧନାଗାରର ତଦାରଖ କରିବା ସହ ଦେଶର ସବୁଠାରୁ ବଡ଼ ନୂତନ ଶକ୍ତି ପରିବର୍ତ୍ତନ ପ୍ରକଳ୍ପ ମଧ୍ୟରୁ ଗୋଟିଏର ନିର୍ଦ୍ଦେଶନା ଭାର ମଧ୍ୟ ବହନ କରିଛନ୍ତି। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ‘ବନ୍‌ତାରା’-ପ୍ରାଣୀ ଆଶ୍ରୟସ୍ଥଳକୁ ମଧ୍ୟ ଅନନ୍ତ ସ୍ଥାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking