17.1 C
Bhubaneswar
Tuesday, February 3, 2026
Homeଖେଳଆନନ୍ଦଙ୍କ ସମକକ୍ଷ ଅର୍ଜୁନ ଏରିଗାସୀ

ଆନନ୍ଦଙ୍କ ସମକକ୍ଷ ଅର୍ଜୁନ ଏରିଗାସୀ

ନୂଆଦିଲ୍ଲୀ: ଭାରତୀୟ ଯୁବ ଗ୍ରାଣ୍ଡ୍‌ମାଷ୍ଟର ଅର୍ଜୁନ ଏରିଗାସୀ ପାଞ୍ଚ ଥରର ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦଙ୍କ ସମକକ୍ଷ ହୋଇଛନ୍ତି। ଜବରଦସ୍ତ ଫର୍ମ ସହ ନିକଟରେ ଚେସ୍ ଅଲିମ୍ପିଆଡ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଏରିଗାସୀ ୨୮୦୦ ଏଲୋ ରେଟିଂ ଅତିକ୍ରମ କରିବାରେ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ୨୦୦୩ରେ ଜନ୍ମଗ୍ରହଣ କରିଥିବା ଏରିଗାସୀ ନିକଟରେ ନିଜକୁ ବିଶ୍ୱର ଟପ୍ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ଭାବେ ସ୍ଥାପିତ କରିପାରିଛନ୍ତି। ଚେସ୍ ଇତିହାସରେ କେବଳ ୧୬ ଜଣ ଖେଳାଳି ହିଁ ୨୮୦୦ ଏଲୋ ପଏଣ୍ଟ ପାର୍ କରିପାରିଛନ୍ତି। ଚେସ୍‌ରେ ୨୮୦୦ ଏଲୋ ପଏଣ୍ଟ୍‌କୁ ଗୋଲ୍ଡ ଷ୍ଟାଣ୍ଡାର୍ଡ ପଏଣ୍ଟ ତୁଲ୍ୟ ଉପଲବ୍ଧି ଭାବେ ଧରାଯାଇଥାଏ। ତେବେ ଏହା ଲାଇଭ୍ ରେଟିଂ ହୋଇଥିବାରୁ ଯଦି ସେ ଆଉ କିଛି ଗେମ୍ ଜିତନ୍ତି, ତେବେ ସେ ଫିଡେ ରେଟିଂରେ ମଧ୍ୟ ଆଧିକାରିକ ଭାବେ ୨୮୦୦ ଏଲୋ ପଏଣ୍ଟ୍‌କୁ ଅତିକ୍ରମ କରିଯିବେ।
ଅର୍ଜୁନଙ୍କ ପାଇଁ ୨୦୨୨ ବହୁ ସଫଳ ବର୍ଷ ରହିଥିଲା। ଏହି ବର୍ଷର ଆରମ୍ଭ ସେ ଟପ୍‌-୧୦ ଜୁନିୟର୍ ଭାବେ କରିଥିବା ଏରିଗାସୀ ଅନ୍ତ ସୁପର୍ ଗ୍ରାଣ୍ଡ୍‌ମାଷ୍ଟର ଭାବେ କରିଥିଲେ। ଅର୍ଜୁନଙ୍କ ଗ୍ରାଣ୍ଡମାଷ୍ଟର ହେବାର ଯାତ୍ରା ବହୁ କମ୍ ବୟସରୁ ଆରମ୍ଭ ହୋଇଥିଲା। ୨୦୧୭ରେ ସେ ଇଣ୍ଟରନାସ୍‌ନାଲ୍ ମାଷ୍ଟର ଜିତିବାର ଗୋଟିଏ ବର୍ଷ ପରେ ଅର୍ଥାତ୍ ୧୪ ବର୍ଷ ବୟସରେ ଗ୍ରାଣ୍ଡ ମାଷ୍ଟର ଟାଇଟଲ୍ ହାସଲ କରିଥିଲେ। ଅର୍ଜୁନ ୨୦୧୭ ବିଶ୍ୱ ଯୁବ ଚେସ୍ ଚାମ୍ପିଅନ୍‌ଶିପ୍‌ର ଅଣ୍ଡର-୧୪ ଡିଭିଜନ୍‌ରେ ରନର୍ସଅପ୍ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking