26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଜମ୍ମୁ-କାଶ୍ମୀର ଡିଜିପି ହେଲେ ଓଡ଼ିଆ ପୁଅ

ଜମ୍ମୁ-କାଶ୍ମୀର ଡିଜିପି ହେଲେ ଓଡ଼ିଆ ପୁଅ

ନୂଆଦିଲ୍ଲୀ: ଜଣେ ଓଡ଼ିଆ ଆଇପିଏସ୍ ଅଫିସର ଜମ୍ମୁକାଶ୍ମୀର ପୁଲିସ ଡିଜି ଭାବେ ନିଯୁକ୍ତି ପାଇଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଜମ୍ମୁ-କାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ୧୯୯୧ ବ୍ୟାଚ୍‌ର ଓଡ଼ିଆ ଆଇପିଏସ୍ ହେଉଛନ୍ତି ରଶ୍ମୀ ରଞ୍ଜନ ସ୍ୱାଇଁ। ତେବେ ବିଜ୍ଞପ୍ତି ମୁତାବକ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ସେ ଏହି ଦାୟିତ୍ୱରେ ରହିବେ। ଏବେ ସେ ଜମ୍ମୁ-କଶ୍ମୀରର ଭାରପ୍ରାପ୍ତ ଡିଜିପି ଭାବେ କାର୍ଯ୍ୟରତ ଅଛନ୍ତି। ରଶ୍ମୀ ରଞ୍ଜନ ଜଣେ ଦକ୍ଷ ପୁଲିସ୍ ଅଧିକାରୀ ଭାବେ ବେଶ୍ ପରିଚିତ। ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ହେଉଥିବା ଆତଙ୍କବାଦୀ ହମଲାର ସେ ବେଶ୍ ସଫଳତାର ସହ ସାମନା କରିଥିବା ବେଳେ ଆତଙ୍କବାଦୀଙ୍କ ମୂଳତ୍ପୋଟନ ନିମନ୍ତେ ବି ବେଶ୍ ସକ୍ରିୟ ଅଛନ୍ତି। ଜମ୍ମୁ-କାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking