24.1 C
Bhubaneswar
Friday, February 13, 2026
Homeଓଡିଶାମହାନଦୀରେ ବୁଡ଼ିଗଲେ ବୃଦ୍ଧା

ମହାନଦୀରେ ବୁଡ଼ିଗଲେ ବୃଦ୍ଧା

କଟକ : ନଦୀରେ ପୂଜା ସାମଗ୍ରୀ ପକାଉଥିବ ବେଳେ ଗୁରୁବାର ଅଘଟଣ ଘଟିଛି। ମହାନଦୀରେ ଜଣେ ୭୦ ବର୍ଷୀୟ ବୃଦ୍ଧା ବୁଡିଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀ ତାଙ୍କୁ ଉଦ୍ଧାର କରିଛନ୍ତି। ପ୍ରଥମେ ଅନୁମାନ କରାଯାଉଥିଲା ବୃଦ୍ଧା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ତେବେ ଉଦ୍ଧାର ହେବା ପରେ ସେ କହିଥିଲେ ପୂଜା ସାମଗ୍ରୀ ପକାଉଥିବା ସମୟରେ ଗୋଡ଼ ଖସି ଯିବାରୁ ଏଭଳି ହୋଇଥିଲା । ଖବର ଅନୁଯାୟୀ, କଟକ ଯୋବ୍ରା ବ୍ୟାରେଜ ନିକଟରେ ମହାନଦୀରେ ସକାଳ ସମୟରେ ମୋହିନୀ ଜେନା ନାମକ ବୃଦ୍ଧା ପୂଜା ସାମଗ୍ରୀ ପକାଉଥିଲେ । ହଠାତ୍ ଗେଟରୁ ପାଣି ଆସିଯାଇଥିଲା। ଏହି ସମୟରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ବୁଡି ଯାଇଥିଲେ।
ତାଙ୍କୁ ବୁଡୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବାର ଉଦ୍ୟମ କରିଥିଲେ। ଏହି ସମୟରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ମେଡ଼ିକାଲକୁ ପଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking