25.1 C
Bhubaneswar
Monday, December 8, 2025
Homeଓଡିଶାପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଓଡ଼ଗାଁ: ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ଦଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜନୈକ ବୃଦ୍ଧ ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ରାତି ୭ଟା ସମୟରେ ଦଲକ ଅଞ୍ଚଳର କିଶୋର ନାୟକ (୫୮) ନିକଟସ୍ଥ ଗୟଳସିଂ ମନ୍ଦିର ପଛପଟ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ଶୌଚ ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯାଇଥିଲା । ଫଳରେ ସେ ପୋଖରୀରେ ବୁଡ଼ିଯାଇଥିଲେ । କିନ୍ତୁ ଘଟଣା ସମ୍ପର୍କରେ କେହି ବି ଜାଣି ପାରିନଥିଲେ । ବୁଧବାର ସକାଳୁ ପୋଖରୀ ନିକଟରେ ବୃଦ୍ଧଙ୍କ ଚପଲ, ଗାମୁଛା ଦେଖି କିଛି ଲୋକଙ୍କ ସନ୍ଦେହ ବଢ଼ିଥିଲା । ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ କର୍ମଚାରୀମାନେ ପୋଖରୀରେ ପହଞ୍ଚି ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାରକରି ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମୃତ କିଶୋରଙ୍କ ପୁଅ ଚନ୍ଦନ ନାୟକ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି । ଏନେଇ ଦଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଖରୀରେ ପାହାଚ ନିର୍ମାଣ ହୋଇନଥିବାରୁ ଏଭଳି ଅଘଟଣ ଘଟିଥିବା ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking