28.1 C
Bhubaneswar
Friday, June 28, 2024
Homeଓଡିଶାମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ମୃତ

ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲାବେଳେ ତାଙ୍କ ନାତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଗାଈ ଚରାଇବାକୁ ଚରାଇବାକୁ ଯାଇଥିବା ସମୟରେ ଜେଜେ ଓ ନାତିଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଆହତ ନାତିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,ମଙ୍ଗଳବାର ସକାଳେ ଜେଜେ ଓ ନାତି ଗାଈ ଚରାଇବାକୁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଏବେ ପର୍ଯ୍ୟନ୍ତ ତାଙ୍କ ନାତିର ଚିକିତ୍ସା କରାଯାଉଛି । ତେବେ ଏବେ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିଲାବେଳେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking