28.1 C
Bhubaneswar
Monday, February 23, 2026
Homeଓଡିଶାଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଲୀଳା ଅପରମ୍ପାର। ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଥିଲା ଶୂନ୍ୟ ଗଣ୍ଠି। ସୂଚନା ଥାଉ ଯେ, ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ବିଶ୍ବାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ। ତେବେ ପତିତପାବନ ବାନାରେ କିପରି ଗଣ୍ଠି ପଡ଼ିଲା ତାହା ଭକ୍ତ ଓ ସେବାୟତଙ୍କୁ ବିସ୍ମିତ କରିଛି।

ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେ ଠାରୁ ୧୪ହାତିଆ ବାନା ଲାଗୁଛି ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନାହିଁ। ଶେଷ ଥର ପାଇଁ ବାତ୍ୟା ‘ଦାନା’ ବେଳେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଶୂନ୍ୟ ଗଣ୍ଠି ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ। କିନ୍ତୁ ଶୂନ୍ୟ ଗଣ୍ଠିକୁ ଖୋଲିବା ଆଦୌ ସହଜ ନୁହେଁ। ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ। ଏହି ଶୂନ୍ୟ ଗଣ୍ଠିକୁ ଶୁଭ ସଂକେତ କୁହାଯାଏ। ଦେଶ ଓ ରାଜ୍ୟକୁ ଆସୁଥିବା ବିପଦକୁ ମହାପ୍ରଭୁ ଦୂର କରିବାର ଏହା ଏକ ସଙ୍କେତ ବୋଲି ବରିଷ୍ଠ ଦଇତାପତି ସେବାୟତ ମାନେ କହିଛନ୍ତି। ଆଜି ସନ୍ଧ୍ୟା ସମୟରେ ଚୁନରା ସେବାୟତ ମାନଙ୍କ ଦ୍ୱାରା ଏହି ଶୂନ୍ୟ ଗଣ୍ଠି ପଡିଥିବା ପତିତପାବନ ବାନା ଓହ୍ଳାଇଦିଆ ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking